ଫେବ୍ରୁଆରି ୧୮ରୁ ଯୁକ୍ତ୨ ପରୀକ୍ଷା

Advertisment

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ।

ମାଟ୍ରିକ ବିଜ୍ଞାନ ପ୍ରଶ୍ନପତ୍ର ବି ଲିକ୍‌! ଅସ୍ବୀକାର କଲେ ବୋର୍ଡ କର୍ତ୍ତୃପକ୍ଷ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପାଠ୍ୟକ୍ରମର ଥିଓରି ପରୀକ୍ଷା ଫେବ୍ରୁ୍ଆରି ୧୮ରୁ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଚାଲିବ। ସମସ୍ତ ବିଷୟର ପରୀକ୍ଷା ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଆରମ୍ଭ ହେବ। ଚଳିତବର୍ଷ ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାରରେ ପରୀକ୍ଷା ଦେବାକୁ ଏବେ ସୁଦ୍ଧା ୩ଲକ୍ଷ ୯୧ ହଜାର ୮୦୯ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ରେଗୁଲାରରେ ୩ ଲକ୍ଷ ୬୪ ହଜାର ୫୨୭ ଏବଂ ଏକ୍ସରେଗୁଲାରରେ ୨୭ହଜାର ୨୮୨ଜଣ ଅଛନ୍ତି। କଳା ବିଭାଗରେ ସର୍ବାଧିକ ୨,୪୫,୯୮୭, ବିଜ୍ଞାନରେ ୧,୧୪,୭୨୩, ବାଣିଜ୍ୟରେ ୨୫,୩୯୯ ଓ ଧନ୍ଦାମୂଳକ ବିଭାଗରେ ୫,୭୦୦ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଛନ୍ତି। ଥିଓରି ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିବେ। ୧୫ ମିନିଟ୍‌ ପୂର୍ବରୁ ହଲ୍‌ରେ ପ୍ରବେଶ ସହ ସିଟ୍‌ରେ ବସିବେ। ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବାଧ୍ୟତାମୂଳକ କରିବାକୁ ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ପରିଷଦର ବିଜ୍ଞପ୍ତି ଅନୁଯାୟୀ, ପ୍ରଥମ ଦିନ ଅର୍ଥାତ୍‌ ଫେବ୍ରୁଆରି ୧୮ରେ ବିଜ୍ଞାନ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ଓ ୧୯ ତାରିଖ‌ରେ କଳା ଓ ବାଣିଜ୍ୟ ବିଭାଗର ଏମ୍‌ଆଇଏଲ୍‌(ଓଡ଼ିଆ) ବିଷୟର ପରୀକ୍ଷା ରହିଛି। ୨୦ ତାରିଖରେ ଧନ୍ଦାମୂଳକ ବିଭାଗର ପରୀକ୍ଷା ଆରମ୍ଭ ହେବ। ୨୨ ତାରିଖରେ ବିଜ୍ଞାନ ଏବଂ ୨୫ ତାରିଖରେ କଳା ଓ ବାଣିଜ୍ୟ ବିଭାଗର ଇଂରାଜୀ ବିଷୟ ପରୀକ୍ଷା ଅନୁଷ୍ଠିତ ହେବ। ମାର୍ଚ୍ଚ ୪ରେ କଳା ବିଭାଗର ଇତିହାସ, ମାର୍ଚ୍ଚ ୮ରେ ରାଜନୀତିବିଜ୍ଞାନ, ୧୭ରେ ଗୃହବିଜ୍ଞାନ, ୧୯ରେ ଭୂଗୋଳ, ୨୦ରେ ଅର୍ଥନୀତି ଓ ପର୍ସନାଲ ମ୍ୟାନେଜ୍‌ମେଣ୍ଟ, ୨୨ରେ ଶିକ୍ଷା, ଭାରତୀୟ ସଙ୍ଗୀତ, ମନୋବିଜ୍ଞାନ, ୨୪ରେ ନୃତତ୍ତ୍ବବିଜ୍ଞାନ, ପରିସଂଖ୍ୟାନ, ସାମା‌ଜିକ ବିଜ୍ଞାନ ଓ ୨୭ରେ ଲଜିକ୍‌ ପରି ପ୍ରମୁଖ ବିଷୟର ପରୀକ୍ଷା ରହିଛି। ସେହିପରି ବାଣିଜ୍ୟ ବିଭାଗର ଫେବ୍ରୁଆରି ୨୪ରେ ବିଜିନେସ୍‌ ଷ୍ଟଡିଜ୍‌ ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌(ବିଏସ୍‌ଏମ୍‌), ମାର୍ଚ୍ଚ ୪ରେ ବିଜନେସ୍‌ ଷ୍ଟଡିଜ୍‌ ଆଣ୍ଡ ମ୍ୟାନେଜମେଣ୍ଟ(ବିଏସ୍‌ଏମ୍‌), ୮ରେ ବିଜିନେସ୍‌ ମାଥମେଟିକ୍ସ ଆଣ୍ଡ ଷ୍ଟାଟିଷ୍ଟିକ୍ସ(ବିଏମ୍‌ଏସ୍‌), ୨୦ରେ ଫଣ୍ଡାମେଣ୍ଟାଲ୍ସ ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆକାଉଣ୍ଟିଂ(ଏଫ୍‌ଏମ୍‌ଏ), ବିଜିନେସ୍‌ ଇକୋନୋମିକ୍ସ(ବିଏସ୍‌ଇ), କଷ୍ଟ ଆକାଉଣ୍ଟିଂ(ସିଏସି), କମ୍ପ୍ୟୁଟର ଆପ୍ଲିକେସନ(ସିଏ), ୨୭ରେ ଆକାଉଣ୍ଟାନ୍ସି ବିଷୟ ପରୀକ୍ଷା ରହିଛି। 

ବିଜ୍ଞାନ ବିଭାଗର ପଦାର୍ଥବିଜ୍ଞାନ ବିଷୟ ପରୀକ୍ଷା ଫେବ୍ରୁଆରି ୨୮ରେ ହେବାକୁ ଥିବା ବେଳେ ମାର୍ଚ୍ଚ ୪ରେ ଭୂତତ୍ତ୍ବବିଜ୍ଞାନ, ୭ରେ ରସାୟନବିଜ୍ଞାନ, ୧୭ରେ ଗଣିତ, ୨୧ରେ କମ୍ପ୍ୟୁଟର ସାଇନ୍ସ, ବାୟୋ-ଟେକ୍ନୋଲୋଜି, ଇଲେକ୍‌ଟ୍ରୋନିକ୍ସ, ଆଇଟି ବିଷୟର ପରୀକ୍ଷା ଅନୁଷ୍ଠିତ ହେବ। ୨୬ ତାରିଖରେ ଜୀବବିଜ୍ଞାନ ପରୀକ୍ଷା ଗୋଟିଏ ସିଟିଂ ଓ ଦୁଇଟି ସେକ୍ସନରେ ଅନୁଷ୍ଠିତ ହେବ। ପ୍ରଥମ ସେକ୍ସନରେ ଉଦ୍ଭିଦବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ଏବଂ ଦ୍ବିତୀୟ ସେକ୍ସନରେ ପ୍ରାଣୀବିଜ୍ଞାନ ବିଷୟ ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ରୁ ଅପରାହ୍ଣ ୧ଟା ୨୦ ପର୍ଯ୍ୟନ୍ତ ହେବ। ଅନ୍ୟାନ୍ୟ ବିଷୟଗୁଡ଼ିକର ପରୀକ୍ଷା କେଉଁ ଦିନ ଅନୁଷ୍ଠିତ ହେବ ସେନେଇ ସିଏଚ୍‌ଏସ୍‌ଇ ପକ୍ଷରୁ କଲେଜଗୁଡ଼ିକୁ କାର୍ଯ୍ୟସୂଚୀ ଦିଆଯାଇଛି। ପୂର୍ବ ନିଷ୍ପତ୍ତି ଅନୁଯାୟୀ ଜାନୁଆରି ୨ରୁ ୧୨ ତାରିଖ ମଧ୍ୟରେ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହେବ। ୩୦, ୫୦ ଓ ୬୦ ମାର୍କର ପ୍ରାକ୍ଟିକାଲ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ଧାର୍ଯ୍ୟ ହୋଇଥିବା ବେଳେ ୧୫ ମାର୍କ ଥିବା ବିଷୟର ପ୍ରାକ୍ଟିକାଲକୁ ୨ ଘଣ୍ଟା ଦିଆଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ ଡିସେମ୍ବର ୨୩ରୁ ୩୦ ମଧ୍ୟରେ ସମସ୍ତ ବିଷୟର ଇଣ୍ଟରନାଲ ଆସେସ୍‌ମେଣ୍ଟ ହେବ ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe