Advertisment

Class 2 exam preparation: ଯୁକ୍ତ୨ ପରୀକ୍ଷା ପ୍ରସ୍ତୁତି: ଅଧ୍ୟାପକଙ୍କ ତଥ୍ୟ ମାଗିଲା ସିଏଚ୍‌ଏସ୍‌ଇ

Advertisment

୨୦୨୬ରେ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ଜାନୁଆରିରେ ପ୍ରାକ୍ଟିକାଲ ଓ ଫେବ୍ରୁଆରିରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ।

୨୦୨୬ରେ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ଜାନୁଆରିରେ ପ୍ରାକ୍ଟିକାଲ ଓ ଫେବ୍ରୁଆରିରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ।

exam

Photograph: (CLTI)

ଭୁବନେଶ୍ବର: ୨୦୨୬ରେ ହେବାକୁ ଥିବା ଯୁକ୍ତ୨ ପରୀକ୍ଷା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଫର୍ମ ପୂରଣ ଆରମ୍ଭ ହୋଇଥିବା ବେଳେ ଜାନୁଆରିରେ ପ୍ରାକ୍ଟିକାଲ ଓ ଫେବ୍ରୁଆରିରେ ଥିଓରି ପରୀକ୍ଷା ଅନୁଷ୍ଠିତ ହେବ। ହାତରେ ଆଉ ଦୁଇ ମାସ ସମୟ ରହିଥିବାରୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକ ସେମାନଙ୍କ କର୍ମଚାରୀଙ୍କ ତଥ୍ୟ ପ୍ରଦାନ କରିବାକୁ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଥିଲେ ମଧ୍ୟ ଅଧିକାଂଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସାମ୍‌ସ ଇ-ସ୍ପେସ୍‌ରେ ଷ୍ଟାଫ୍‌ ଇନ୍‌ ପୋଜିସନ୍‌(ଏସ୍‌ଆଇପି) ତଥ୍ୟ ଅପଲୋଡ୍‌ କରି ନାହାନ୍ତି। ତେଣୁ ସେଲ୍ଫ-ଫାଇନାନ୍ସିଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବ୍ୟତୀତ ଅନ୍ୟ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କମ୍ପୋଜିଟ୍‌ କଲେଜ, ସରକାରୀ(ଏସ୍‌ଏସ୍‌ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷମାନେ ସାମ୍‌ସ ୱେବ୍‌ସାଇଟ୍‌ ‘www.samsodisha.gov.in’ ମାଧ୍ୟମରେ ନଭେମ୍ବର ୪ ସୁଦ୍ଧା ତଥ୍ୟ ଦାଖଲ କରିବେ।

ଫର୍ମ ପୂରଣ କରିବାକୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ

ଯଦି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁଲ୍‌ରେ ତଥ୍ୟ ଅପଲୋଡ୍‌ କରିଥାନ୍ତି ତେବେ ଏହି ସମୟ ମଧ୍ୟରେ ସଂଶୋଧନ କରିପାରିବେ। ଯେଉଁ ଯୋଗ୍ୟ ଶିକ୍ଷକଙ୍କ ତାଲିକା ଦାଖଲ କରିବେ, ସେମାନଙ୍କ ରୢାଙ୍କ କନିଷ୍ଠ ଅଧ୍ୟାପକ କିମ୍ବା ପିଜିଟିଠାରୁ କମ୍‌ ହୋଇ ନ ଥିବା ଆବଶ୍ୟକ। ଧାର୍ଯ୍ୟ ସମୟ ମଧ୍ୟରେ ‌ଯଦି କୌଣସି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏସ୍‌ଆଇପି ଦାଖଲ କରି ନ ଥିବେ ସେମାନଙ୍କ ଛାତ୍ରଛାତ୍ରୀଙ୍କ ଆଡମିଟ୍‌ କାର୍ଡ ରିଲିଜ୍‌ ହେବନାହିଁ। ଏସ୍‌ଆଇପିର ହାର୍ଡକପି ପରିଷଦ କାର୍ଯ୍ୟାଳୟରେ ଦାଖଲ କିମ୍ବା ଇ‌-ମେଲ୍‌ରେ ପଠାଇବାର କୌଣସି ଆବଶ୍ୟକତା ନାହିଁ। ଯୁକ୍ତ୨ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରୁ ବାରଣ କରାଯାଇଥିବା ଅଧ୍ୟାପକଙ୍କ ଏସ୍‌ଆଇପି ତଥ୍ୟ ନ ଦେବାକୁ କୁହାଯାଇଛି।

ଅନ୍ୟପକ୍ଷରେ ବାତ୍ୟା ‘ମୋନ୍ଥା’ ଓ କିଛି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅନୁରୋଧ କ୍ରମେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ତାରିଖକୁ ବୃଦ୍ଧି କରାଯାଇଛି। ବିନା ଜରିମାନାରେ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଦ୍ୟାର୍ଥୀ ନଭେମ୍ବର ୩ ତାରିଖ ମଧ୍ୟରେ ବିନା ଜରିମାନାରେ ‌ଫର୍ମ ପୂରଣ କରିବା ସହ ଫି’ ଦାଖଲ କରିପାରିବେ। ଅନ୍ୟ ତାରିଖଗୁଡ଼ିକରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୦୦ ଓ ୬୦୦ ଟଙ୍କା ଜରିମାନାରେ ଫର୍ମପୂରଣ ଓ ଫି’ ଦାଖଲ କରିପାରିବେ ବୋଲି ପରିଷଦ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe