Dialysis Patient Citizens Education Center
କବାଟବନ୍ଧ: ଧର୍ମଶାଳା ବ୍ଲକ ଜେନାପୁର ପଞ୍ଚାୟତ ଷ୍ଟେସନ ବଜାର ଗ୍ରାମର ରାଜେଶ ବେହେରାଙ୍କ ୮ ବର୍ଷର ପୁଅ ଆଦିତ୍ୟ ୪ ମାସ ହେଲା କିଡ୍ନି ରୋଗରେ ପୀଡ଼ିତ। ଅର୍ଥ ଅଭାବରୁ ୨ମାସ ହେଲା ତା’ର ଚିକିତ୍ସା ହୋଇପାରୁ ନାହିଁ। ରାଜେଶ ଶ୍ରମିକ ଶ୍ରେଣୀର ହୋଇଥିବାରୁ ଅର୍ଥ ଯୋଗାଡ଼ କରିପାରୁ ନାହାନ୍ତି। ଆଦିତ୍ୟ ଜେନାପୁର ସରକାରୀ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ର। ୪ ମାସ ତଳେ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ଓ କଳାଝାଡ଼ା ହେବାରୁ ବାପା ରାଜେଶ ତାକୁ କଟକ ଶିଶୁଭବନକୁ ନେଇଥିଲେ। ପରୀକ୍ଷାରୁ କିଡ୍ନି ଖରାପ ଥିବା ଜଣାପଡ଼ିଥିଲା।
ଔଷଧ ପାଇଁ ପ୍ରତିମାସରେ ୧୫ରୁ ୧୭ ହଜାର ଟଙ୍କା ଆବଶ୍ୟକ ହେଉଛି ବୋଲି ରାଜେଶ ପ୍ରକାଶ କରିଛନ୍ତି। ପାଖରେ ଆଉ ଅର୍ଥ ନଥିବାରୁ ଦୁଇମାସ ହେଲା ପୁଅର ଚିକିତ୍ସା ହୋଇପାରୁ ନାହିଁ। ପୁଅକୁ ଛାଡ଼ି ସେ କାମକୁ ମଧ୍ୟ ଯାଇପାରୁ ନାହାନ୍ତି। ଏଭଳି ପରିସ୍ଥିତିରେ ପରିବାର ଲୋକେ ଦିନେ ଖାଇଲେ ଆଉଦିନେ ଉପାସ ରହୁଛନ୍ତି। କିଛି ମାସ ଚିକିତ୍ସା କରାଗଲେ ଆଦିତ୍ୟ ଭଲ ହୋଇଯିବ ବୋଲି ଡାକ୍ତର କହୁଥିବା ବେଳେ ଅର୍ଥ ଅଭାବରୁ ଦୁଇମାସ ହେଲା ଔଷଧ ବନ୍ଦ ରହିଛି। ପୁଅର ଚିକିତ୍ସା ପାଇଁ କୌଣସି ସହୃଦୟ ବ୍ୟକ୍ତି, ସ୍ବେଚ୍ଛାସେବୀ ଅନୁଷ୍ଠାନ କିମ୍ବା ରାଜ୍ୟ ସରକାର ସହ​ଯୋଗ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି।
Follow Us