Advertisment

ବାପା-ମା’ ବଜାରକୁ ଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

Advertisment
ବାପା-ମା’ ବଜାରକୁ ଯାଇଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରର ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ରାଉରକେଲା: ରାଉରକେଲା ଉଦିତନଗର ଥାନା ଅଧିନସ୍ଥ ବାସନ୍ତୀକଲୋନିରେ ଶୁକ୍ରବାର ଅପରାହ୍ନରେ ଜଣେ ଛାତ୍ର ଫ୍ୟାନ୍‌ରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ଛାତ୍ରର ନାମ ହରେକୃଷ୍ଣ ସାହୁ, ବୟସ ୧୪ବର୍ଷ ଓ ସେ ସେଣ୍ଟ ଥୋମାସ୍‌ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟରେ ଷଷ୍ଠଶ୍ରେଣୀରେ ପଢ଼େ ବୋଲି ଜଣାପଡ଼ିଛି।

publive-image

ସୂଚନାଯୋଗ୍ୟ, ବାସନ୍ତୀକଲୋନିର ଇ-୧୮ରେ ପ୍ରଦୀପ କୁମାର ବସବାସ କରନ୍ତି। ଆଜି ସେ ଅପରାହ୍ନରେ ତାଙ୍କ ପତ୍ନୀଙ୍କ ସହିତ ବଜାରକୁ କାମରେ ବାହାରି ଯାଇଥିଲେ। ବାପା-ମା’ ଘରେ ନଥିବାର ସୁଯୋଗ ନେଇ  ବାଳକ ହରେକୃଷ୍ଣ ଘର ଫ୍ୟାନ୍‌ରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲା। ବଜାରରୁ କାମ ସାରି ବାପା-ମା’ ଘରେ ପହଞ୍ଚି ଥିଲେ। କବାଟ ଖୋଲିଲା ବେଳକୁ ପୁଅ  ଫ୍ୟାନ୍‌ରେ ଝୁଲୁଛି। ଏହା ଦେଖି ବାପା-ମା’ ଦୁହେଁ ସେଠାରେ ହିଁ ସ୍ଥାଣୁ ପାଲଟି ଯାଇଥିଲେ। କାନ୍ଦବୋବାଳି ଶୁଣି ପାଖଘର ଲୋକ ପ୍ରଦୀପଙ୍କ ଘରକୁ ଧାଇଁ ଆସିଥିଲେ। ହରେକୃଷ୍ଣର ଆତ୍ମହତ୍ୟା ବିଷୟରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ।

publive-image

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ହରେକୃଷ୍ଣର ମୃତ୍ୟୁର କାରଣ ଜଣାପଡ଼ି ନ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe