ଥମୁନି ଆଶ୍ରମ ବିଦ୍ୟାଳୟ ଲଜ୍ଜା : ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

Advertisment
ଥମୁନି ଆଶ୍ରମ ବିଦ୍ୟାଳୟ ଲଜ୍ଜା : ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ

ବାରିପଦା/ଚିତ୍ରଡ଼ା : ଥମିବାର ନାଁ ନେଉନି ଆଶ୍ରମ ବିଦ୍ୟାଳୟ ଲଜ୍ଜା। ଜିଲ୍ଲାର ମୋରଡ଼ା ଥାନା ଅନ୍ତର୍ଗତ ମୋହନପୁର ଆଶ୍ରମ ବିଦ୍ୟାଳୟର ୧୪ ବର୍ଷୀୟ ଷଷ୍ଠ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଛାତ୍ରୀ ଜଣଙ୍କ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ୍ ହସ୍ପିଟାଲର ପ୍ରସୂତି ବିଭାଗର ୟୁନିଟ୍-୧ର ୫ମ ମହଲାରେ ରହି ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ଛାତ୍ରୀ ଜଣଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ୪ ତାରିଖ (ସୋମବାର) ବିଳମ୍ବିତ ରାତିରେ ଆଣି ପିଆରଏମ୍ ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି କଲାବେଳେ ଡାକ୍ତରଙ୍କୁ ମଧ୍ୟ ଛାତ୍ରୀଙ୍କ ପ୍ରକୃତ ସମସ୍ୟା ବିଷୟରେ ଲୁଚାଯାଇଥିଲା। ମାତ୍ର ଛାତ୍ରୀ ଜଣଙ୍କର ଅବସ୍ଥାକୁ ଦେଖି ଅଲ୍‌ଟ୍ରାସାଉଣ୍ଡ୍ ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ତଥାପି କର୍ତ୍ତୃପକ୍ଷ ରିପୋର୍ଟ ଆଣି ଦେବାକୁ ‌ ବହୁତ ବିଳମ୍ବ କରିଥିଲେ। ମାତ୍ର ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ୍ ପିଆରଏମ୍ ମେଡିକାଲ୍‌ରେ ପହଞ୍ଚି ଘଟଣା ତଦନ୍ତ କରିବା ଏବଂ ରିପୋର୍ଟ ଦେଖିବା ପରେ ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ସ୍ପଷ୍ଟ ହୋଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe