୯ମ ଶ୍ରେଣୀର ବାକି ପରୀକ୍ଷା ହେବନି, ୫ଟି ବିଷୟର ଉତ୍ତର ଖାତା ମୂଲ୍ୟାୟନ ହେବ

Advertisment

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ଆଭ୍ୟନ୍ତରୀଣ କମିଟି

ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ଆଭ୍ୟନ୍ତରୀଣ କମିଟି

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାର ସମୟ

Dhaka Tribune

ଭୁବନେଶ୍ୱର : ୯ମ ଶ୍ରେଣୀ ବାର୍ଷିକ ପରୀକ୍ଷାର ବାକି ଥିବା ଗୋଟିଏ ବିଷୟର ପରୀକ୍ଷା ହେବ ନାହିଁ। ଯେଉଁ ୫ଟି ବିଷୟର ପରୀକ୍ଷା ସରିଛି, ତାହାରି ଉତ୍ତର ଖାତାଗୁଡ଼ିକ ମୂଲ୍ୟାୟନ କରାଯାଇ ଛାତ୍ରଛାତ୍ରୀଙ୍କୁ ଦଶମ ଶ୍ରେଣୀକୁ ଉନ୍ନୀତ କରାଯିବ। ଉକ୍ତ ଉତ୍ତର ଖାତାଗୁଡ଼ିକ କିଭଳି ଶିକ୍ଷକମାନେ ଘରେ ରହି ମୂଲ୍ୟାୟନ କରିପାରିବେ, ସେନେଇ ଆଲୋଚନା ଜାରି ରହିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ବର୍ତ୍ତମାନ ସ୍ଥିତିରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କିଭଳି ଅଧିକ ପଦକ୍ଷେପ ନିଆଯାଇପାରିବ, ସେଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଆଭ୍ୟନ୍ତରୀଣ କମିଟି ଗଠନ କରାଯାଇଛି। ବିଭଗୀୟ ମନ୍ତ୍ରୀ ଶ୍ରୀ ଦାଶଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ବିଭାଗୀୟ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମନେ ରହିଛନ୍ତି। ଏହି କମିଟିର ପ୍ରଥମ ବୈଠକ ଆଜି ଭିଡିଓ କନଫ‌ରେନ୍ସ ମାଧ୍ୟମରେ ହୋଇଛି। ଆଗକୁ ଏହି କମିଟିର ବୈଠକ ନିୟମିତ ଭାବେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ପରିସ୍ଥିତି ଉପରେ ଆଲୋଚନା କରାଯିବା ସହ ଭବିଷ୍ୟତ ଲାଗି କି କି ପଦକ୍ଷେପ ନିଆଯିବ, ସେନେଇ ଏହି କମିଟି ନିଷ୍ପତ୍ତି ନେବ। ଆଗାମୀ ଦିନରେ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦିଆଯିବ ବୋଲି ବିଭାଗ ନିଷ୍ପତ୍ତି ନେଇଛି। ଏହା କିଭଳି ଫଳପ୍ରଦ ହୋଇପାରିବ, ସେନେଇ ରାଜ୍ୟର ବିଭିନ୍ନ ଶିକ୍ଷକ ସଂଘଙ୍କ ସହ ଆଲୋଚନା ଜାରି ରହିଛି।

ସୂଚନା ଅନୁଯାୟୀ, ୯ମ ଶ୍ରେଣୀରେ ପଢ଼ୁଥିବା ତଥା ୨୦୨୧ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଶିକ୍ଷା ଦେବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଲକ୍‌ଡାଉନ୍‌ ଉଠିବା ପରେ ଏନେଇ ଆଲୋଚନା କରାଯିବ। କେନ୍ଦ୍ର ସରକାରଙ୍କ ‘ଦୀକ୍ଷା’ ଆପ୍‌ ଦ୍ୱାରା ଦଶମ ଶ୍ରେଣୀ ପିଲାଙ୍କୁ ପାଠପଢ଼ିବା ଲାଗି କୁହାଯିବ। ଏବେ ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ୯ମ ଶ୍ରେଣୀରେ ପ୍ରାୟ ୬ଲକ୍ଷ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଆଗକୁ ସେମାନଙ୍କର ଦଶମ ଶ୍ରେଣୀ ହେବାକୁ ଥିବାରୁ ପାଠପଢ଼ା ଉପରେ ଗୁରୁତ୍ବ ଦିଆଯାଉଛି। ଯେଉଁମାନେ ଭଲ ପଢ଼ୁଛନ୍ତି, ସେମାନେ ଅପେକ୍ଷା ନ କରି ଦଶମ ଶ୍ରେଣୀ ପାଠପଢ଼ା ଆରମ୍ଭ କରିଦେଲେଣି। ଆଉ ଯେଉଁମାନେ ଅଛନ୍ତି, ଛୁଟି ସମୟରେ ସେମାନଙ୍କ ଲାଗି ଅନ୍‌ଲାଇନ୍‌ ପାଠପଢ଼ା ବେଶ୍‌ ଉପଯୋଗୀ ହୋଇପାରିବ ବୋଲି ବିଭାଗ ଆଶାବ୍ୟକ୍ତ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe