ନବମ ଶ୍ରେଣୀ ଛାତ୍ରୀ ମା’ ହେଲେ

ନବମ ଶ୍ରେଣୀ ଛାତ୍ରୀ ମା’ ହେଲେ

କୋରାପୁଟ : ନନ୍ଦପୁର ବାଲ୍‌ଡା ସେବାଶ୍ରମରେ ପ୍ରଧାନ ଶିକ୍ଷକଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ନାବାଳିକା ଛାତ୍ରୀ ମା’ ହୋଇଛନ୍ତି। କୋରାପୁଟ ମେଡିକାଲରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଏବେ ଉଭୟ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡା ସେବାଶ୍ରମରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ବିଦୁ ଭୂଷଣ ନାୟକ ଯୌନ ଶୋଷଣ କରି ଚାଲିଥିଲେ। ଫଳରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ଏହା ଜଣା ପଡିଯିବା ଭୟରେ ଗତ ଦଶହରା ଛୁଟି ସମୟରେ ଘରକୁ ଛାଡି ନ ଥିଲେ ସେବାଶ୍ରମ କର୍ତ୍ତୃପକ୍ଷ। ଏଥିନେଇ ଘର ଲୋକ ଅଭିଯୋଗ କରିବା ପରେ ପ୍ରଧାନ ଶିକ୍ଷକଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe