ଚଳିତ ମାସ ଶେଷ ସୁଦ୍ଧା ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ପାଠପଢ଼ା

ଚଳିତ ମାସ ଶେଷ ସୁଦ୍ଧା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା। ଗତକାଲି ୧୦୦ ସିଟରେ ଏମବିବିଏସ ପାଠପଢ଼ା ଲାଗି ଜାତୀୟ ମେଡିକାଲ କମିସନ ଏନଏମସି ଅନୁମୋଦନ କରିବା ପରେ ଏହି ସୂଚନା ମିଳିଛି...

Classes to resume at Pabitra Mohan Pradhan Medical College by the end of this month

Classes to resume at Pabitra Mohan Pradhan Medical College by the end of this month Photograph: (sambad.in)

ତାଳଚେର: ଚଳିତ ମାସ ଶେଷ ସୁଦ୍ଧା ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢ଼ା। ଗତକାଲି ୧୦୦ ସିଟରେ ଏମବିବିଏସ ପାଠପଢ଼ା ଲାଗି ଜାତୀୟ ମେଡିକାଲ କମିସନ ଏନଏମସି ଅନୁମୋଦନ କରିବା ପରେ ସୂଚନା ଦେଇଛନ୍ତି ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜର ଡିନ୍ ତଥା ପ୍ରିନ୍ସିପାଲ ଡାକ୍ତର କୀର୍ତ୍ତିରେଖା ମହାପାତ୍ର।

ସେ କହିଛନ୍ତି, ମେଡିକାଲ କଲେଜରେ ଭିତ୍ତିଭୂମି ପ୍ରସ୍ତୁତ ହୋଇ ରହିଛି। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାକୁ ୧୪୦ ପ୍ରଫେସର, ଫାକଲ୍ଟି ନିଯୁକ୍ତ ହୋଇଛନ୍ତି। ନାମଲେଖା ସରିବା ମାତ୍ରେ ଏହି ଶିକ୍ଷାବର୍ଷରୁ ଅର୍ଥାତ୍ ସେପ୍ଟେମ୍ବର ଶେଷ ସୁଦ୍ଧା ପାଠପଢ଼ା ଆରମ୍ଭ ହେବ। 

 anugol | Pabitra Mohan Pradhan Medical College

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe