କୁଳିଅଣା: ମୟୂରଭଞ୍ଜଜିଲ୍ଲା କୁଳିଅଣା ବ୍ଲକ୍‌ ଚାନ୍ଦୁଆସ୍ଥିତ ବିବି କଲେଜରେ ସହପାଠୀ ଛାତ୍ରଙ୍କ ଛୁରାମାଡ଼ରେ ଜଣେ ଛାତ୍ର ଗୁରୁତର ଆହତ ହୋଇଛି। ଏକତରଫା ପ୍ରେମ ବ୍ୟା‌ପାରକୁ ନେଇ ଏଭଳି ଘଟଣା ଘଟିଥିବା କୁହାଯାଉଛି। ସୂଚନା ଅନୁସାରେ ଆଜି ଯୁକ୍ତ୨ ବାଣିଜ୍ୟ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର ପ୍ରହ୍ଲାଦ ବିନ୍ଧାଣି କଲେଜର ୧୧ ନମ୍ବର କୋଠରିର ଏକ ବେଞ୍ଚରେ ବସିଥିଲେ।

Advertisment

Goa Nightclub Fire : ଇଣ୍ଡିଗୋ ବିମାନରେ ବିଦେଶ ଫେରାର ହୋଇଗଲେ ଗୋଆ ନାଇଟକ୍ଲବ ମାଲିକ

ଅବସ୍ଥା ସଙ୍କଟାପନ୍ନ, କଟକ ସ୍ଥାନାନ୍ତର
କଲେଜରେ ପୁଲିସ ଫୋର୍ସ ମୁତୟନ

ଏହି ସମୟରେ ଯୁକ୍ତ୨ କଳା ବିଭାଗ ଦ୍ୱିତୀୟ ବର୍ଷର ଛାତ୍ର ଜଣକ ଆସି ତାଙ୍କୁ ଘୋଷାରି ନେଇ ଛୁରିରେ ପେଟକୁ ଭୁସି ଦେଇଥିଲା। ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରାଯାଇଥିଲେ ବି ଆସିବାରେ ବିଳମ୍ବ ହେବାରୁ କିଛି ସହପାଠୀ ଗୁରୁତର ଆହତ ପ୍ରହ୍ଲାଦଙ୍କୁ ଏକ କାର୍‌ରେ ବାରିପଦା ପିଆର୍‌ଏମ୍‌ ମେଡିକାଲ୍‌ କଲେଜକୁ ନେଇଥିଲେ। ତେବେ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟପଟେ ଛୁରାମାଡ଼ କରିଥିବା ଛାତ୍ରଙ୍କୁ କିଛି ବିଦ୍ୟାର୍ଥୀ ଅଟକ ରଖିଥିଲେ। କୁଳିଅଣା ଥାନା ଏସ୍‌ଆଇ ପ୍ରକାଶ କୁମାର ଗୋସ୍ୱାମୀ ସଦଳବଳ ପହଞ୍ଚି ଅଭିଯୁକ୍ତ ଛାତ୍ରକୁ ଥାନାକୁ ନେଇ ଅଟକ ରଖିଛନ୍ତି। ଅଧ୍ୟକ୍ଷ ଦାୟିତ୍ବରେ ଥିବା ରସାୟନ ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ଶରତ କୁମାର ମହାନ୍ତି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Japan Earthquake : ଜାପାନରେ ୭.୬ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଶଙ୍କା

ପୁଲିସ କେସ୍‌ ନମ୍ବର ୨୦୮/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି। କଲେଜରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ଯୋଗୁ ଏକ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଆହତ ଛାତ୍ରଙ୍କ ଘର ଚାନ୍ଦୁଆ ଥାନା ଅଧୀନ ତିଳଗଡ଼ିଆ ଗ୍ରାମରେ ହୋଇଥିବା ବେଳେ ଅଭିଯୁକ୍ତ ଛାତ୍ରଙ୍କ ଘର ବାରିପଦା ସଦର ଥାନା ଅଧୀନ ଦାମୋଦରପୁର ଗ୍ରାମରେ ବୋଲି ଜଣାପଡ଼ିଛି।