ଏକା‌ଦଶ ଶ୍ରେଣୀ ପାଠପଢ଼ା ଆଜିଠୁ, ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ କ୍ଲାସ

କୋଭିଡ୍‌ କଟକଣା ମଧ୍ୟରେ ହେବ ପାଠପଢ଼ା

ଆଇନାରେ ୨୦୨୧: ଉତ୍ଥାନ ପତନ ମଧ୍ୟରେ ୨୦୨୧ର ଶିକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ପୂଜା ଛୁଟି ପରେ ଗୁରୁବାରଠାରୁ ଏକାଦଶ ଶ୍ରେଣୀ ପିଲାଙ୍କର ଶ୍ରେଣୀଗୃହ ପାଠପଢ଼ା ଆରମ୍ଭ ହେବ। ନାମଲେଖା ପ୍ରକ୍ରିୟା ପ୍ରାୟତଃ ଶେଷ ହୋଇଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପାଦ ଥାପିବେ। ଏଥିପାଇଁ ରାଜ୍ୟର ସମସ୍ତ କଲେଜରେ ବ୍ୟାପକ ବ୍ୟବସ୍ଥା ହୋଇଛି। ବିଶେଷକରି କରୋନାକୁ ନଜରରେ ରଖି କ୍ୟାମ୍ପସ ବିଶୋଧନ, ସାମାଜିକ ଦୂରତା ରକ୍ଷା ଉପରେ ପ୍ରାଥମିକତା ଦିଆଯାଇଛି। ପୂର୍ବାହ୍ନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଅନୁଷ୍ଠିତ ହେବାକୁ ଥିବାରୁ ଅଧିକାଂଶ କ୍ୟାମ୍ପସରେ ଆଜି ବିଶୋଧନ ହୋଇଛି।

publive-image

କଲେଜ ଖୋଲିବା ପୂର୍ବରୁ ଗଣଶିକ୍ଷା ବିଭାଗ ସଚିବ ସତ୍ୟବ୍ରତ ସାହୁ ଗତ ସପ୍ତାହରେ ୪୦୦ରୁ ଅଧିକ ଯୁକ୍ତ୨ କଲେଜ ଅଧ୍ୟକ୍ଷମାନଙ୍କ ସହ ମଧ୍ୟ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ରାଜ୍ୟରେ କରୋନା ସଂକ୍ରମଣ ଏବେ ବି ଜାରି ରହିଥିବାରୁ ଉଭୟ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କ କ୍ଲାସ କରାଯିବ। ଅଭିଭାବକଙ୍କ ସହମତିପତ୍ର ଆଣି ଛାତ୍ରଛାତ୍ରୀ ଅଫ୍‌ଲାଇନ୍‌ କ୍ଲାସରେ ଅଂଶଗ୍ରହଣ କରିପାରିବେ। କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ। ଏଭଳି ଜୋନ୍‌ ଅଧୀନରେ ଆସୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ। କ୍ୟାମ୍ପସରେ ପାନୀୟ ଜଳ ସୁବିଧା କରାଇବା, ପରିବହନ ବ୍ୟବସ୍ଥାକୁ ଏଡ଼ାଇବା ଦିଗରେ ବିଦ୍ୟାଳୟଗୁଡ଼ିକ ଯଥାସମ୍ଭବ ଚେଷ୍ଟା କରିବେ। କ୍ଲାସରୁମ୍‌ରେ ବସିବା ସମୟରେ ସାମାଜିକ ଦୂରତା ରକ୍ଷା, ପ୍ରତି ପିଲାଙ୍କ ପାଇଁ ନିଦ୍ଧିଷ୍ଟ ସ୍ଥାନ ଚିହ୍ନଟ, ଷ୍ଟାଫ୍‌ କମନ୍‌ ରୁମ୍‌ରେ ଦୂରତା ରକ୍ଷା, ମାସ୍କ ପରିଧାନ, ହାତ ଧୋଇବା ପାଇଁ ପର୍ଯ୍ୟାପ୍ତ ପରିମାଣର ସାବୁନ୍‌ ରଖିବା, ହାତ ଧୋଇବାକୁ ବାଧ୍ୟତାମୂଳକ କରିବା, ସ୍ବତନ୍ତ୍ର ଆଇସୋଲେସନ୍‌ ରୁମ୍‌ ରଖିବା, କ୍ଲାସରୁମ୍‌ରେ ଅତିବେଶିରେ ୨୦ରୁ ୨୫ ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ସ୍ବତନ୍ତ୍ର କ୍ୟାଲେଣ୍ଡର ପ୍ରସ୍ତୁତ କରି ଟାଇମ୍‌ ଟେବୁଲ୍‌ ପ୍ରସ୍ତୁତ କରିବା ଦିଗରେ କଲେଜ ଅଧ୍ୟକ୍ଷମାନେ ପଦକ୍ଷେପ ନେବେ।

ବିଦ୍ୟାଳୟ ଖୋଲିବା ସହ ହଷ୍ଟେଲଗୁଡ଼ିକ ମଧ୍ୟ ଗୁରୁବାରଠାରୁ ଆରମ୍ଭ ହେବ। କୋଭିଡ୍‌-୧୯ ନିୟମାବଳୀ ପାଳନ କରିବାକୁ କୁହାଯାଇଛି। ହଷ୍ଟେଲଗୁଡ଼ିକରେ ସର୍ବସାଧାରଣ ଚଳପ୍ରଚଳ କରୁଥିବା ଅଞ୍ଚଳକୁ ନିୟମିତ ଭାବେ ବିଶୋଧନ କରିବାକୁ କୁହାଯାଇଛି। ବିଭିନ୍ନ ସମୟରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ଦ୍ବାରା ଜାରି ହୋଇଥିବା ନିର୍ଦେଶାବଳୀକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। କୌଣସି ପ୍ରକାର ଉଠାଦୋକାନୀ କ୍ୟାମ୍ପସ ଭିତରେ ଯେପରି ସାମଗ୍ରୀ ବିକ୍ରି ନ କରନ୍ତି ସେଥିପ୍ରତି କର୍ତୃପକ୍ଷ ପ୍ରାଥମିକତା ଦେବେ। ବିଶେଷକରି କ୍ୟାମ୍ପସର ମୁଖ୍ୟ ଫାଟକଠାରୁ ୧୦୦ ମିଟର ବିକ୍ରି ନ କରିବାକୁ କୁହାଯାଇଛି। ଏସ୍‌ଟି ଓ ଏସ୍‌ସି ଉନ୍ନୟନ ବିଭାଗ, ପଛୁଆ ବର୍ଗ ବିକାଶ ବିଭାଗ ଓ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନ ସମସ୍ତ ବିଦ୍ୟାଳୟଗୁଡ଼ିକର କ୍ଲାସ ମଧ୍ୟ ଗଣଶିକ୍ଷା‌ ବିଭାଗ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋଲିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe