୫ ବ୍ଲକ୍‌ରେ ହଜାରେ ପୋଖରୀର ବିଶୋଧନ ଆରମ୍ଭ

Advertisment
୫ ବ୍ଲକ୍‌ରେ ହଜାରେ ପୋଖରୀର ବିଶୋଧନ ଆରମ୍ଭ

Prashanth Vishwanathan

ଭୁବନେଶ୍ବର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର ୫ଟି ବ୍ଲକ୍‌ରେ ଥିବା ଏକ ହଜାରରୁ ଅଧିକ ପୋଖରୀରେ ବିଶୋଧନ ଦାୟିତ୍ବ ଜଳସମ୍ପଦ ବିଭାଗ ହାତକୁ ନେଇଛି। ପ୍ରଥମ ଥର ପାଇଁ ବିଭାଗ ଏପରି ଏକ କାର୍ଯ୍ୟ ଆରମ୍ଭ କରିଛି। ଏଥି ପାଇଁ ୯୦ ଜଣ ଯନ୍ତ୍ରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଢ଼ାଯାଇ ଦୁଇ ଦିନ ହେଲା କାମ ଚାଲିଛି। ବାତ୍ୟା ଯୋଗୁ ପୋଖରୀଗୁଡ଼ିକରେ ପତ୍ର ଓ ଅନ୍ୟାନ୍ୟ ଆବର୍ଜନା ପଡ଼ିବା ଫଳରେ ପଚିଯାଇ ଦୂଷିତ ହେବା ସହ ଏହା ବ୍ୟବହାର ଉପଯୋଗୀ ହୋଇପାରି ନ ଥିଲା। ଏବେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ବୈଷୟିକ ସହାୟତା ନେଇ ବିଶୋଧନ କାର୍ଯ୍ୟ କରାଯାଉଛି।

ବାତ୍ୟାରେ ସର୍ବାଧିକ କ୍ଷତିଗ୍ରସ୍ତ କୃଷ୍ଣପ୍ରସାଦ, କଣାସ, ସତ୍ୟବାଦୀ, ବ୍ରହ୍ମଗିରି ଓ ପୁରୀ ସଦର ବ୍ଲକ୍‌ରେ ପୋଖରୀ ବିଶୋଧନ କରାଯାଉଛି। ବିଶୋଧନ ବେଳେ ମାଛ ଓ ଅନ୍ୟାନ୍ୟ ଜଳଜାତୀୟ ପ୍ରାଣୀଙ୍କର ଯେଭଳି କ୍ଷତି ନ ହୁଏ, ସେଥି ପାଇଁ ବୈଷୟିକ ପରାମର୍ଶ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗରୁ ଲୋଡ଼ାଯାଇଛି। ଗତକାଲି ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ପ୍ରଦୀପ କୁମାର ଜେନା ବିଭିନ୍ନ ଅଞ୍ଚଳ ଗସ୍ତ କରି କାର୍ଯ୍ୟର ତଦାରଖ କରିଥିଲେ। ସୂଚନା‌େଯାଗ୍ୟ ଯେ ଜଳସମ୍ପଦ ବିଭାଗ ପକ୍ଷରୁ ଏହା ପୂର୍ବରୁ ଭାର୍ଗବୀ ନଦୀରେ ବିଶୁଦ୍ଧ ପାଣି ଯୋଗାଣ ପାଇଁ ମୁଣ୍ଡଳୀ ଠାରୁ ୨୫୦୦ କ୍ୟୁସେକ୍‌ରୁ ଅଧିକ ଜଳ କେନାଲ ବାଟ ଦେଇ ଛଡ଼ାଯାଇଥିଲା। ଏହା ଫଳରେ ଶୁଷ୍କ ହୋଇଯାଇଥିବା ଏହି ନଦୀରେ ଏବେ ବିଶୁଦ୍ଧ ଜଳ ମିଳିବା ସଙ୍ଗେ ସଙ୍ଗେ ସଂପୃକ୍ତ କେନାଲ୍‌ଗୁଡ଼ିକ ମଧ୍ୟ ସଫା ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe