ପୂର୍ବତଟ ରେଳପଥରେ ସ୍ୱଚ୍ଛତା ଅଭିଯାନ: ରେଳରେ ଅଳିଆ ପକାଇଲେ ଦଣ୍ଡ

ପରିଷ୍କାର, ପରିଚ୍ଛନ୍ନତା ଓ ସାଧାରଣ ଜନତାଙ୍କ ଯୋଗଦାନ ପାଇଁ ପୂର୍ବତଟ ରେଳପଥ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ସଚେତନତା ବୃଦ୍ଧି କରିବାକୁ ଷ୍ଟେସନ୍‌, ଟ୍ରେନ୍‌, କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଜାରି ରହିଛି।

ssfsxxccx

ଭୁବନେଶ୍ୱର: ପରିଷ୍କାର, ପରିଚ୍ଛନ୍ନତା ଓ ସାଧାରଣ ଜନତାଙ୍କ ଯୋଗଦାନ ପାଇଁ ପୂର୍ବତଟ ରେଳପଥ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ସଚେତନତା ବୃଦ୍ଧି କରିବାକୁ ଷ୍ଟେସନ୍‌, ଟ୍ରେନ୍‌, କାର୍ଯ୍ୟାଳୟ ଓ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ଅଭିଯାନ ଜାରି ରହିଛି। ପଲାସା, ବ୍ରହ୍ମପୁର, ବାଲୁଗାଁ, ଭୁବନେଶ୍ୱର, କଟକ, ଖୋର୍ଦ୍ଧାରୋଡ୍, ଭଦ୍ରକ, ଯାଜପୁର ରୋଡ୍‌, ପାରାଦୀପ, ଢେଙ୍କାନାଳ, ଅନୁଗୁଳ, ପୁରୀ, ସମ୍ବଲପୁର, ଟିଟଲାଗଡ଼, ମୁନିଗୁଡ଼ା, ବିଶାଖାପାଟଣା, ବିଜୟନଗରମ୍, କୋରାପୁଟ, ଜଗଦଲପୁର, ମଞ୍ଚେଶ୍ୱର ୱାର୍କସପ୍‌, ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳ, ରେଳବାଇ ଆବାସିକ କଲୋନି ଓ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ହେଉଛି। ଅଗଷ୍ଟ ୧ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ସମଗ୍ର ଜୋନ୍‌ରେ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଜାରି ରହିବ।

ଅଭିଯାନ ସମୟରେ ସ୍ୱତନ୍ତ୍ର ଡ୍ରାଇଭ୍, ସଚେତନତା କାର୍ଯ୍ୟକ୍ରମ, ଯାତ୍ରୀ ଓ ଅଂଶୀଦାରଙ୍କୁ ସାମିଲ କରାଯିବ। ରେଳ ପରିସରରେ ଅଳିଆ ପକାଉଥିବା ବ୍ୟକ୍ତିବିଶେଷଙ୍କୁ ଦଣ୍ଡ ଏବଂ ପରାମର୍ଶ ମାଧ୍ୟମରେ ସଚେତନତା ବୃଦ୍ଧି କରାଯିବ। ପ୍ଲାଷ୍ଟିକ୍‌ ବ୍ୟବହାର ଏଡ଼ାଇବାକୁ ଯାତ୍ରୀ ସଚେତନତା, ସ୍କ୍ରାପ୍ ସଂଗ୍ରହ ଓ ପ୍ଲାଷ୍ଟିକ୍ ଅଳିଆ ନିବାରଣ ମଧ୍ୟ ହେବ। ଯାତ୍ରୀଙ୍କୁ ଏସ୍‌ଏମ୍‌ଏସ୍‌ ଓ ଅନ୍ୟାନ୍ୟ ମାଧ୍ୟମରେ ପରିଷ୍କାର ପରିଚ୍ଛନ୍ନତା ଉପରେ ମତାମତ ଦେବାକୁ ଉତ୍ସାହିତ କରାଯିବ। ଏହି କ୍ରମରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କ୍‌ୱାଲ ଗତକାଲି ରେଳସଦନଠାରେ ସ୍ବଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ। ଶ୍ରୀ ଫୁଙ୍କୱାଲ୍‌ ଇ-ଆବର୍ଜନା ସଫା କରିବା, କାଗଜ ଓ ଫାଇଲ୍‌ର ବ୍ୟବହାର ହ୍ରାସ, ଡେସ୍କଟପ୍ ଓ ଇ-ଅଫିସ୍ ଫାଇଲ ସଫା ଏବଂ ଅଫିସ୍ ପ୍ରିଣ୍ଟର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe