ଦଶପଲ୍ଲାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା : ଦୀର୍ଘଦିନ ଧରି ପ୍ରତି ୱାର୍ଡରେ ପଡି ରହୁଛି କୁଢ଼କୁଢ଼ ଅଳିଆ ଆବର୍ଜନା

Advertisment
ଦଶପଲ୍ଲାରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା : ଦୀର୍ଘଦିନ ଧରି ପ୍ରତି ୱାର୍ଡରେ ପଡି ରହୁଛି କୁଢ଼କୁଢ଼ ଅଳିଆ ଆବର୍ଜନା

ଦଶପଲ୍ଲା : ଦଶପଲ୍ଲା ଏନ୍‌ଏସିରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ପରିମଳ ବ୍ୟବସ୍ଥା। ବିଭିନ୍ନ ୱାର୍ଡରେ କୁଢକୁଢ ହୋଇ ଜମି ରହିଛି ଅଳିଆ ଆବର୍ଜନା। ଦୁଇ ମାସ ପୂର୍ବରୁ ପରିମଳ ପାଇଁ ଟେଣ୍ଡର୍‌ ହୋଇ ସାରିଥିବା ବେଳେ ଏ ନେଇ କୌଣସି ନିଷ୍ପତ୍ତି ହେଉନାହିଁ। ଏପଟେ ଏନ୍‌ଏସି ପକ୍ଷରୁ ଅସ୍ଥାୟୀ ଭାବେ କିଛି ଶ୍ରମିକଙ୍କୁ ପରିମଳ କାର୍ଯ୍ୟରେ ନିୟୋଜିତ କରାଯାଇଥିବାବେଳେ ନିୟୋଜିତ କର୍ମଚାରୀମାନେ ବିପଦପୂର୍ଣ୍ଣ ଭାବେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଅଳିଆ ଆବର୍ଜନା ଗୋଟାଇବା ସମୟରେ ହାତରେ ଗ୍ଲୋବ୍‌ସ ବ୍ୟବହାର କରିବା ପାଇଁ ଦିଆଯାଇନାହିଁ। ଅଳିଆ ନେବାପାଇଁ ଟ୍ରଲି, ଖଣ୍ଡା ଓ ଫାଉଡା ମଧୢ ଦିଆଯାଇନାହିଁ।

ଜାତୀୟ ରାଜପଥ ଉପର ଓ ଦୁଇ ତିନିଟି ୱାର୍ଡକୁ ଛାଡିଦେଲେ ଅଧିକା˚ଶ ୱାର୍ଡରେ ପରିମଳ କାର୍ଯ୍ୟ କରାଯାଉନଥିବା ଅଭିଯୋଗ ହେଉଛି। ପ୍ରତି ୱାର୍ଡରେ ଦିର୍ଘଦିନ ଧରି କୁଢକୁଢ ଅଳିଆ ଅବର୍ଜନା ଜମି ରହିବା ସାଙ୍ଗକୁ ଡ୍ରେନରେ ପାଣି ଜମିରହି ମଶାମାଛିଙ୍କ ଉତ୍ପାତ ବଢିବାରେ ଲାଗିଛି।

ପରିମଳ ବ୍ୟବସ୍ଥା ପାଇଁ ଗତ ଜୁଲାଇ ୨୭ ତାରିଖ ଦିନ ଟେଣ୍ଡର୍‌ ପ୍ରକାଶ ପାଇଥିଲା। ଟେଣ୍ଡର ଅଗଷ୍ଟ ୭ ତାରିଖ ଦିନ ଖୋଲା ଯାଇଥିଲା। ଏଥିପାଇଁ ୬ଜଣ ଆବେଦନ କରିଥିବାବେଳେ ସେମାନଙ୍କ ମଧୢରୁ ଯାଞ୍ଚବେଳେ ୩ଜଣଙ୍କ କାଗଜପତ୍ର ଠିକ ଥିବା ଜଣାପଡିଛି। ଏହାକୁ ନେଇ ଯାଞ୍ଚ କରିବା ସହ ସରକାରୀ ନିୟମ ମୁତାବକ ଠିକାସ˚ସ୍ଥାକୁ ଏହାର ଦାୟୀତ୍ବ ଦେବାପାଇଁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥା ପକ୍ଷରୁ ପତ୍ରସ˚ଖ୍ୟା ୪୧୬୩ ଅନୁଯାୟୀ ଗତ ସେପ୍ଟେମ୍ବର ମାସ ୪ତାରିଖ ଦିନ ଏକ କମିଟି ଗଠନ କରାଯାଇଛି। କମିଟିରେ ସଭାପତି ଭାବେ ଚେୟାରମ୍ୟାନ ଓ ତାଙ୍କ ଅନୁପସ୍ଥିତିରେ ଭାଇସ ଚେୟାରମ୍ୟାନ ରହିବା ସହ ମେମ୍ବର ଭାବେ ଏନଏସି ଆସିଷ୍ଟାଣ୍ତ ଇଞିନିୟର, ବିଡିଓ, ଏନଏସି ଆକାଉଟାଣ୍ଟ ଓ ଏନଏସି ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ଏପଟେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସ˚ସ୍ଥାର ନିର୍ଦ୍ଦେଶ ନାମାକୁ ୧ମାସ ବିତି ଯାଇଥିବା ବେଳେ ଏହାକୁ ସମାଧାନ କରାଯାଉନାହିଁ।

ଅନ୍ୟପକ୍ଷରେ ଏବେ ପରିମଳ କାର୍ଯ୍ୟରେ ଅସ୍ଥାୟୀ ଭାବେ ୬୦ରୁ ଅଧିକ ଶ୍ରମିକଙ୍କୁ ନିୟୋଜିତ କରାଯାଇଛି। ଟେଣ୍ଡରରେ ୪୦ ଜଣ କର୍ମଚାରୀ ନିୟୋଜିତ ହେବା ପାଇଁ ଟେଣ୍ଡର ପ୍ରକାଶ ପାଇଥିବା ଜଣାପଡିଛି। ମାତ୍ର କିଛି ବିବାଦୀୟ ସ୍ଥିତିକୁ ନେଇ ଏହି ଟେଣ୍ତର ସମାଧାନ କରାଯାଉନଥିବା ଜଣାପଡିଛି। ଏ ସମ୍ପର୍କରେ ଏନଏସି ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କୁ ପଚାରିବାରୁ ଏନଏସି ସ୍ତରରେ କମିଟି ଗଠନ କରାଯାଇଛି। ଜିଲ୍ଲା ସ୍ତରରେ ଏକ କମିଟି ହେବା ପରେ ଫାଇନାଲ କରାଯିବ ବୋଲି କହିଛନ୍ତି। ଏଥିପ୍ରତି ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe