ଜମାପଟା କରାଇ ଦେବାକୁ ୨୮୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ବରିଷ୍ଠ କିରାଣୀ

Advertisment
ଜମାପଟା କରାଇ ଦେବାକୁ ୨୮୦୦ ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ବରିଷ୍ଠ କିରାଣୀ

ବଲାଙ୍ଗୀର: ଜମାପଟା କରାଇ ଦେବାକୁ୨୮୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ କିରାଣୀ ଧରାପଡ଼ିବା ଘଟଣା ବଲାଙ୍ଗୀର ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମୁରିବାହାଲ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଅସିତ କୁମାର ଯୋଶୀଙ୍କୁ ଜମାପଟା କରାଇ ଦେବାକୁ୨୮୦୦ ଟଙ୍କା ଲାଞ୍ଚ ନେବା ମାଗିବା ଏବଂ ଗ୍ରହଣ କରିବା ଅଭିଯୋଗରେ ଆଜି ଭିଜିଲାନ୍ସ ଗିରଫ କରିଛନ୍ତି। ଅସିତ କୁମାର ଯୋଶୀ ମୁରିବାହାଲ ଥାନା ଅନ୍ତର୍ଗତ ଲିମାପଡ଼ା ଗାଁର ଥବୀର ସାହୁଙ୍କଠାରୁ ଜମାପଟା କରାଇ ଦେବାକୁ୨୮୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଏହାପରେ ଏସଂପର୍କରେ ସେ ଭିଜିଲାନ୍ସକୁ ଜଣାଇଥିଲେ।
ଅଭିଯୋଗକାରୀଙ୍କଠାରୁ ଟଙ୍କା ଗ୍ରହଣ କରୁଥିବାବେଳେ ଭିଜିଲାନ୍ସ ଟିମ୍ ଅସିତ କୁମାର ଯୋଶୀଙ୍କୁ ଧରିଥିଲା। ଏହି ଲାଞ୍ଚ ଟଙ୍କା ମଧ୍ୟ ଜବତ ହୋଇଛି। ଏନେଇ ଅଧିକ ତଦନ୍ତ ଚାଲିଥିବା ବେଳେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe