୫-ଟିରେ ରୂପାନ୍ତରିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ କଂକ୍ରିଟ ଖସିଲା, କିରାଣୀ ଆହତ 

୫-ଟିରେ ରୂପାନ୍ତରିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ଛାତରୁ କଂକ୍ରିଟ ଖସିଲା, କିରାଣୀ ଆହତ 

ସାକ୍ଷୀଗୋପାଳ: ପୁରୀ ଜିଲ୍ଲା ସାକ୍ଷୀଗୋପାଳସ୍ଥିତ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ଛାତରୁ ଆଜି ପୂର୍ବାହ୍ନ ପ୍ରାୟ ୧୦ଟା ୪୦ମିନିଟରେ ସିଲିଂ (କଂକ୍ରିଟ ଖଣ୍ଡ) ହଠାତ ଖସି ପଡ଼ିବାଛି। ଏହି ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇ ଏଠାରେ କାର୍ଯ୍ୟରତ ଜଣେ କିରାଣୀ ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ସୁବିଧା ଦିଆଯିବା ପରେ ସୁସ୍ଥ ଅଛନ୍ତି। ସିଂଲିଂ ଖସିବାରୁ ଆହତ କିରାଣୀଙ୍କ ନାମ ସୁମନ୍ତ କୁମାର ଷଡ଼ଙ୍ଗୀ (୫୨)।

publive-image

ସୂଚନା ଅନୁସାରେ ବିଦ୍ୟାଳୟରେ କାର୍ଯ୍ୟରତ କିରାଣୀ ସୁମନ୍ତ କୁମାର ଷଡ଼ଙ୍ଗୀଙ୍କ ମୁଣ୍ଡ ଉପରେ ଆଜି କଂକ୍ରିଟ ଖଣ୍ଡ ଖସି ପଡ଼ିଥିଲା। ଏଥିରେ ଶ୍ରୀ ଷଡ଼ଙ୍ଗୀ ଗୁରୁତର ଆହତ ହୋଇଥିଲେ। ଚିକିତ୍ସା ନିମନ୍ତେ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ପ୍ରଥମେ ପ୍ରାଥମିକ ଉପଚାର ଦିଆଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ଆହତ ଶ୍ରୀ ଷଡ଼ଙ୍ଗୀଙ୍କୁ ପୁରୀ ଡାକ୍ତରଖାନାକୁ ନେଇଥିଲେ। ଶ୍ରୀ ଷଡ଼ଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଛି। ହାତ, ଗୋଡ଼ ଓ ଶରୀରର ଅନେକ ସ୍ଥାନ ଖଣ୍ଡିଆ ଖାବରା ହୋଇଛି। ଖବର ପାଇ ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ବିଡ଼ିଓ ଲୋଚନ ଦାସ, ବ୍ଲକ ଶିକ୍ଷାଧିକାରୀ ଭବମ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିଷ୍ନୁପ୍ରିୟା ବରାଳ, ସରପଞ୍ଚ ଆରାଧନା ସାମନ୍ତରାୟ ଓ ସମିତି ସଭ୍ୟ ଦୀପକ ଶତପଥି ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ପ୍ରକାଶଥାଉ କି, ଏହି ବିଦ୍ୟାଳୟ ରାଜ୍ୟ ସରକାରଙ୍କ ୫ଟି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ରୂପାନ୍ତରିତ ହୋଇଅଛି। ପ୍ରାୟ ୬୫ ଲକ୍ଷ ଟଙ୍କା ବ୍ୟୟରେ ଏହାର ନବୀକରଣ ହୋଇଛି। ୨୦୨୧ ଡିସେମ୍ବର ୧୫ ତାରିଖରେ ଏହି ବିଦ୍ୟାଳୟ ଉଦଘାଟିତ ହୋଇଥିଲା। ଏହି ବିଦ୍ୟାଳୟର ମରାମତି ନିମନ୍ତେ ଖୁବ ଶୀଘ୍ର ପୂର୍ତ୍ତ ବିଭାଗକୁ ଚିଠି କରାଯିବ ବୋଲି ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe