Climate education essential for youth: Preeti Prada Panigrahi
ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ଚତୁର୍ଥ ଅଧିବେଶନରେ ‘ଯୁବକ ଏବଂ ଜଳବାୟୁ: ଜେନ ‘ସି’’ଶୀର୍ଷକ ଆାଲୋଚନାରେ ସୋକ୍ରାଟସ୍ ଫାଉଣ୍ଡେସନ୍ର କାର୍ଯ୍ୟକ୍ରମ ଏବଂ ସହଭାଗୀତା ନିର୍ଦ୍ଦେଶକ ପ୍ରୀତି ପ୍ରଦା ପାଣିଗ୍ରାହୀ କହିଲେ, ଜଳବାୟୁ ଶିକ୍ଷା ନେଇ ଯୁବବର୍ଗଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଉଛି। ଏହି କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଏକ୍ଷେତ୍ରରେ ଉପଯୁକ୍ତ ସରକାରୀ ନୀତିର ଆବଶ୍ୟକତା ରହିଛି।
ଏହି କ୍ଷେତ୍ରରେ ବରିଷ୍ଠ ଲୋକେ ଜ୍ଞାନର ଭଣ୍ଡାର ସାଜି ଏହାକୁ ପରବର୍ତ୍ତୀ ପିଢ଼ିକୁ ସ୍ଥାନାସ୍ତର କରିବା ଜରୁରୀ।
ଯାହା ଦ୍ବାରା ଜଳବାୟୁ ପରିବର୍ତ୍ତନ ନେଇ ସଚେତନା ସହିତ ପରିବେଶ ସୁରକ୍ଷା କରାଯାଇ ପାରିବ।
Follow Us