ଜଳବାୟୁ ଷ୍ଟାର୍ଟଅପ୍ ଗୁଡ଼ିକ ନିଜର ଜ୍ଞାନ ଶକ୍ତି ବଢ଼ାଇବା ଜରୁରୀ:ଶ୍ୱେତା ଡାଲମିଆ

ଜଳବାୟୁ କ୍ଷେତ୍ରରେ ଥିବା ଷ୍ଟାର୍ଟଅପ୍ ଗୁଡ଼ିକ ନିଜର ଜ୍ଞାନ ଶକ୍ତି ବଢ଼ାଇବା ଜରୁରୀ। ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବହୁ ପ୍ରତିଭା ଅଛନ୍ତି। ସେମାନଙ୍କୁ ଗ୍ରୀନ୍ ଟେକ୍ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯାଇ ପାରିବ...

Climate startups need to strengthen their knowledge: Shweta Dalmia

Climate startups need to strengthen their knowledge: Shweta Dalmia

ଭୁବନେଶ୍ବର: ସମ୍ବାଦ ଗ୍ରୁପ୍ ପକ୍ଷରୁ ‘ପୁନଶ୍ଚ ପୃଥିବୀ’ର ତିନି ଦିନିଆ ଜାତୀୟ ସ୍ତରୀୟ ସମ୍ମିଳନୀ ସୋମବାରଠାରୁ ଆରମ୍ଭ ହୋଇଛି। ମଙ୍ଗଳବାର ଏହି ସମ୍ମିଳନୀର ପଞ୍ଚମ ଅଧିବେଶନରେ ‘ଭବିଷ୍ୟତ ପ୍ରମାଣ ଉଦ୍ୟୋଗ-ଭବିଷ୍ୟତ ପାଇଁ ଷ୍ଟାର୍ଟଅପ୍‌ଗୁଡ଼ିକୁ ପୁନଃକଳ୍ପନା କରିବା’ଶୀର୍ଷକ ଆାଲୋଚନାରେ ଭାରତ କ୍ଲାଇମେଟ୍ ଷ୍ଟାର୍ଟଅପ୍‌ର ପ୍ରତିଷ୍ଠାତା ତଥା ସିଇଓ ଶ୍ୱେତା ଡାଲମିଆ କହିଲେ, ଷ୍ଟାର୍ଟଅପ୍‌ରେ କିଛି ଅଲଗା ହୋଇ ନଥାଏ। କିନ୍ତୁ ସେମାନଙ୍କ ମଧ୍ୟରେ କିଛି କରିବାର ଆଗ୍ରହ ରହିଥାଏ।

ମୋ କ୍ଷେତ୍ରରେ ଜଳବାୟୁ ଏକ ସଫଳ ପଥ ସାଜିଥିଲା। ମୁଁ ଏକ୍ଷେତ୍ରରେ ପ୍ରଥମେ ମୋର ଜ୍ଞାନର ପରିସୀମାକୁ ବୃଦ୍ଧି କରିଥିଲି। ତେଣୁ ଏକ୍ଷେତ୍ରରେ ଥିବା ଷ୍ଟାର୍ଟଅପ୍ ଗୁଡ଼ିକ ନିଜର ଜ୍ଞାନ ଶକ୍ତି ବଢ଼ାଇବା ଜରୁରୀ।

ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ବହୁ ପ୍ରତିଭା ଅଛନ୍ତି। ସେମାନଙ୍କୁ ଗ୍ରୀନ୍ ଟେକ୍ କ୍ଷେତ୍ରରେ କାର୍ଯ୍ୟ କରିବାର ସୁଯୋଗ ପ୍ରଦାନ କରାଯାଇ ପାରିବ।

ତେବେ କାର୍ବନ ଫୁଟ୍ ପ୍ରିଣ୍ଟ୍ ହ୍ରାସ କରିବା ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାର ଲୋକଙ୍କୁ ସହାୟତା କରିବା ପାଇଁ ସବୁବେଳେ ପ୍ରସ୍ତୁତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe