ସୁନାନଦୀରେ ପାଇପଲାଇନ କାର୍ଯ୍ୟ ବନ୍ଦ

Advertisment
ସୁନାନଦୀରେ ପାଇପଲାଇନ କାର୍ଯ୍ୟ ବନ୍ଦ

ଯୋଡ଼ା : ଯୋଡ଼ାର ସୁନା ନଦୀରେ ମେସିନ ସାହାଯ୍ୟରେ ଖୋଳାଯାଇ ସ୍ଲରୀ ପାଇପ ଲାଇନ ବିଛାଇବା କାମ ଜୋରସୋରରେ ଚାଲିଛି। ଏହାଦ୍ବାରା ନଦୀର ସ୍ରୋତରେ ବାଧା ଉପୁଜିବା ସହିତ ଜଳ ଅବରୋଧ ହେଉଛି। ବର୍ଷା ଦିନରେ ବନ୍ୟା ଆଶଙ୍କା ରହିଛି। ଏହାକୁ ଗୁରୁତ୍ବର ସହ ଗ୍ରହଣ କରି ଜିଲ୍ଲାପାଳ ଆଶିଷ ଠାକରେ ସଂପୃକ୍ତ କମ୍ପାନି କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହିତ ପାଇପ ଲାଇନ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି।

ଏ ନେଇ ଯୋଡ଼ା ପୌରାଧ୍ୟକ୍ଷ ଡାକ୍ତର ଜଗଦୀଶ ପ୍ରସାଦ ସାହୁ ସୂଚନା ଦେଇ କହିଛନ୍ତି ଯେ, ଗତକାଲି  ପୌର କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ସଂପୃକ୍ତ କମ୍ପାନିର ଅଧିକାରୀଙ୍କୁ ଜିଲ୍ଲାପାଳ ନଦୀ ମଧ୍ୟରେ ମାଟି ଖୋଳି ପାଇପ ଲାଇନ ସଂଯୋଗ କାର୍ଯ୍ୟ ପାଇଁ ତାଗିଦ କରିବା ସହ ନଦୀ ଭିତରେ  ଜମା ହୋଇଥିବା ମାଟିକୁ ସମତୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।  ବର୍ଷା ଦିନ ଯୋଗୁଁ ବନ୍ୟା ଆଶଙ୍କା ରହିଥବାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପାଇପ ଲାଇନ କାର୍ଯ୍ୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସୁନାନଦୀ ଭିତରେ ମେସିନ ଲଗାଇ ମାଟି କାଟି ପାଇପ ବିଛାଇବା କାର୍ଯ୍ୟ କରାଯିବା ପରେ ସୁନା ନଦୀ ପ୍ରଦ୍ୟୁଷିତ ହେବା ସହ ଜଳସ୍ରୋତ  ହ୍ରାସ ପାଇବାରେ ଲାଗିଛି। ନଦୀର ଗତିପଥ ପରିବର୍ତ୍ତନ ହେବା ଯୋଗୁଁ ନିକଟରେ ଥିବା ଜନବସତି ପ୍ରତି ବିପଦ ଦେଖାଦେଇଥିଲା। ଯାହାକୁନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe