୨୭ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍‌ଯାପିତ: ଅସିତ ମହାନ୍ତିଙ୍କୁ ‘ସାହିତ୍ୟିକ ସାରସ୍ବତ ସମ୍ମାନ’

୨୭ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଉଦ୍‌ଯାପିତ: ଅସିତ ମହାନ୍ତିଙ୍କୁ ‘ସାହିତ୍ୟିକ ସାରସ୍ବତ ସମ୍ମାନ’

ପୁରୀ : ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସହଯୋଗରେ ପୁରୀ ଶରଧାବାଲିରେ ଚାଲିଥିବା ୨୭ତମ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି।

ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗବେଷକ ଅସିତ ମହାନ୍ତିଙ୍କୁ ‘ସାହିତ୍ୟିକ ସାରସ୍ବତ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସାହିତ୍ୟ କ୍ଷେତ୍ରରେ ଅବଦାନ ପାଇଁ ଗାଳ୍ପିକ ପ୍ରସନ୍ନ ମହାନ୍ତି, ଗବେଷଣା କ୍ଷେତ୍ରରେ ଅବଦାନ ପାଇଁ ପଣ୍ଡିତ ସିଦ୍ଧେଶ୍ୱର ମହାପାତ୍ର ଓ ପ୍ରକାଶନ ସଂସ୍ଥା କନକ଼ ବୁକ୍ସ ଆଣ୍ଡ ଡିଷ୍ଟ୍ରିବ୍ୟୁଟରଙ୍କୁ ସମ୍ମାନିତ କରାଯାଇଥିଲା। ସେହିଭଳି, ସମାଜସେବୀ କୁନ୍ତଳା ଆଚାର୍ଯ୍ୟ, ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ଶତପଥୀ ଓ ପର୍ବତାରୋହୀ ଚିନ୍ମୟ ମହାରଣାଙ୍କୁ ସମ୍ମାନିତ କରାଯାଇଥିଲା।

ଡ. କୈଳାସ ଚନ୍ଦ୍ର ଟିକାୟତରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଯାପନୀ ଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ଶାସନ ସଚିବ ମଧୁସୂଦନ ଦାଶ ଉଦ୍‌ଘାଟକ ଏବଂ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe