ସମ୍ବଲପୁରୀ ଭାଷା ସହିତ ଓଡ଼ିଆର ଅନେକ ସାମଞ୍ଜସ୍ୟ ରହିଛି

Advertisment

କୋଶଲି-ସମ୍ବଲପୁରୀ ଭାଷା ସମ୍ମିଳନୀ ଉଦ୍‌ଯାପିତ

କୋଶଲି-ସମ୍ବଲପୁରୀ ଭାଷା ସମ୍ମିଳନୀ ଉଦ୍‌ଯାପିତ

ସମ୍ବଲପୁରୀ ଭାଷା ସହିତ ଓଡ଼ିଆର ଅନେକ ସାମଞ୍ଜସ୍ୟ ରହିଛି

ଭୁବନେଶ୍ୱର : ଓଡ଼ିଆ ଭାଷା ଓ ସମ୍ବଲପୁରୀ ଭାଷା ଉଭୟ ବ୍ରାହ୍ମୀ ଲିପିରୁ ଆସିଛି। ଏହି ଭାଷାଦ୍ୱୟ ମଧ୍ୟରେ ବାଉନ ପ୍ରତିଶତ ସାମଞ୍ଜସ୍ୟ ରହିଛି। ଭାଷାଗତ ଆକାରତତ୍ତ୍ୱ ଦୃଷ୍ଟିରୁ ଏହି ଭାଷାରେ ଅନେକ ସାଧାରଣ ବିଶେଷ୍ୟ, ସହାୟକ କ୍ରିୟା ଆଦି ରହିଛି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ସମ୍ବଲପୁରୀ ଏବଂ ଓଡ଼ିଆ ଭାଷା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି।

ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ କୋଶଲି-ସମ୍ବଲପୁରୀ ଭାଷା ସମ୍ମିଳନୀର ଉଦ୍‌ଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରି ଗବେଷକ ପୀତାମ୍ବର ବେହେରା ଓ ଭାଷାବିତ୍‌ ବିଶ୍ୱନନ୍ଦନ ଦାସ ଏପରି ତଥ୍ୟ ପ୍ରଦାନ କରିଛନ୍ତି। ଜ୍ୟୋତ୍ସ୍ନା ବିଶ୍ୱାଳ ରାଉତ ସମ୍ବଲପୁରୀ କୋଶଳି ଭାଷାର ଲୋକ ସଙ୍ଗୀତ, ଲୋକକଥା ଆଦିର ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିସହିତ ଶ୍ରୀମତୀ ରାଉତ ପଶ୍ଚିମ ଓଡ଼ିଶାର ସଂସ୍କୃତି, ଚାଲିଚଳଣି ସମ୍ପର୍କରେ ବର୍ଣ୍ଣନା କରିଥିଲେ।

ପ୍ରଭାତ ନଳିନୀ ଦୀପ କୋଶଲି ଭାଷାର କବିତା ପଢ଼ିବା ସହ ଏହାର ହିନ୍ଦୀ ଓ ଓଡ଼ିଆ ଅନୁବାଦ ମଧ୍ୟ ପଢ଼ିଥିଲେ। ସଭାମୁଖ୍ୟ ସନ୍ତୋଷ କୁମାର ରଥ ଅଧିବେଶନ ପରିଚାଳନା କରିଥିଲେ।

ଦ୍ୱିତୀୟ ଅଧିବେଶନରେ ଆଲୋଚକ ଭାବେ ସୁବ୍ରତ କୁମାର ପୃଷ୍ଟି ଗବେଷଣାପତ୍ର ଉପସ୍ଥାପନ କରି କହିଲେ, ଲିଖନ କଳାର ଉତ୍ପତ୍ତି ପଶ୍ଚିମ ଓଡ଼ିଶାରୁ ହୋଇଛି। ଓଡ଼ିଆ ଭାଷା ପ୍ରତି ପଶ୍ଚିମ ଓଡ଼ିଶାର ଅନେକ ଅବଦାନ ରହିଛି। ଧର୍ମ ବ୍ୟବସ୍ଥାଠାରୁ ଆରମ୍ଭ କରି ଭାଷା ଆନ୍ଦୋଳନ ପ୍ରତ୍ୟେକ କ୍ଷେତ୍ରରେ ପଶ୍ଚିମ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି। ପଶ୍ଚିମ ଓଡ଼ିଶାର ସୋନପୁରରେ ଜଗନ୍ନାଥଙ୍କ ପାତାଳି କରାଯାଇଥିବା ବେଳେ ଭାଷା ଆନ୍ଦୋଳନ ମଧ୍ୟ ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିଲା।

ଦେବାଶିଷ ଜେଠୀ, ମନଜିତ୍‌ କେଶରୀ ନାୟକ, ସ୍ୱୟଂପ୍ରଭା ଶତପଥୀ ପ୍ରମୁଖ ଭିତ୍ତିପ୍ରବନ୍ଧ ଉପସ୍ଥାପନ କରିଥିଲେ। ପରେ ପରେ ବିଶିଷ୍ଟ ଭାଷାତତ୍ତ୍ୱବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କୋଶଲି-ସମ୍ବଲପୁରୀ ସାମଜର ସାଂସ୍କୃତିକ ଦୃଷ୍ଟିକୋଣ ଅଧିବେଶନ ଓ ଅଭୟ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଧୁନିକତା ଆଡ଼କୁ କୋଶଲି-ସମ୍ବଲପୁରୀ ଭାଷା ସମ୍ପର୍କିତ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସାହିତ୍ୟ ଅକାଦେମି , ନୂଆଦିଲ୍ଲୀର କାର୍ଯ୍ୟକ୍ରମ ଅଧିକାର ମନଜିତ କୌର ଭାଟିଆ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe