‘ଓଡ଼ିଶା-୨୦୩୬’ ସ୍ୱପ୍ନ ଆଦିବାସୀଙ୍କ ବିକାଶ ବିନା ଅସମ୍ଭବ

ରେଭେନ୍ସା ଇତିହାସ ବିଭାଗ ଆଲୋଚନାଚକ୍ର ଉଦ୍‌ଯାପିତ

‘ଓଡ଼ିଶା-୨୦୩୬’ ସ୍ୱପ୍ନ ଆଦିବାସୀଙ୍କ ବିକାଶ ବିନା ଅସମ୍ଭବ

କଟକ : ‘ଓଡ଼ିଶା-୨୦୩୬’ର ସ୍ୱପ୍ନ ଆଦିବାସୀଙ୍କ ବିକାଶ ବିନା ଅସମ୍ଭବ। ତେଣୁ ସେମାନଙ୍କୁ ପ୍ରଥମେ ଶିକ୍ଷିତ କରାଇବା ପାଇଁ ବିଧିବଦ୍ଧ ଯୋଜନା ପ୍ରସ୍ତୁତ ହେବା ଆବଶ୍ୟକ ବୋଲି ରେଭେନ୍ସା ଇତିହାସ ବିଭାଗ ପକ୍ଷରୁ ‘ଓଡ଼ିଶା-୨୦୩୬’ରେ ଆଦିବାସୀଙ୍କ ବିକାଶର ପ୍ରଶ୍ନ ଓ ଯୋଜନା ପ୍ରସ୍ତୁତି ଶୀର୍ଷକ ଅନ୍ତର୍ଜାତିକ ଆଲୋଚନାଚକ୍ରରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିିମାନେ ମତ ରଖିଛନ୍ତି। କୁଳପତି ପ୍ରଫେସର ଈଶାନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଫେସର ହରମାନ କୁଲକେ, ଆଦିତ୍ୟ ବିରଲା ଗ୍ରୁପ୍‌ ସିଇଓ ଶନ୍ତୃପ୍ତ ମିଶ୍ର, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, ପ୍ରଫେସର ଉବେଦ କୋଡା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ପ୍ରଫେସର ଈଶ୍ୱର ଚନ୍ଦ୍ର ନାୟକ, ଡକ୍ଟର କଳିଙ୍ଗ କେତକି, ଡକ୍ଟର ଆଶିଷ ଦ୍ୱିବେଦି, ନବନିର୍ମାଣ କୃଷକ ସଂଘ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର, ପ୍ରଫେସର ସୁବ୍ରତ କୁମାର ଆଚାର୍ଯ୍ୟ, ପ୍ରଫେସର ଲକ୍ଷ୍ମୀକାନ୍ତ ମିଶ୍ର, ଡକ୍ଟର ଉମାକାନ୍ତ ମିଶ୍ର, ପ୍ରିୟଦର୍ଶିନୀ କର ପ୍ରମୁଖ ଯୋଗଦେଇ ‘ଓଡ଼ିଶା-୨୦୩୬’ର ଯୋଜନାରେ ଆଦିବାସୀଙ୍କ ସାମଗ୍ରିକ ବିକାଶର ରୂପରେଖ ପ୍ରସ୍ତୁତ କରିବାକୁ ଆହ୍ଵାନ ଦେଇଥିଲେ। ଇତିହାସ ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ଚଣ୍ଡୀପ୍ରସାଦ ନନ୍ଦ ଆଲୋଚନାଚକ୍ରର ଶେଷ ମତାମତ ଦେଇଥିଲେ। ଡକ୍ଟର ସଂଜୟ ଶତପଥୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ପ୍ରଫେସର ଏଲ.କେ ମିଶ୍ର ଓ ଡକ୍ଟର ବିକ୍ରମ କୁମାର ଜେନା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe