ହାଟ ବନ୍ଦକୁ ନେଇ ବ୍ୟବସାୟୀଙ୍କ ଧାରଣା

ହାଟ ବନ୍ଦକୁ ନେଇ ବ୍ୟବସାୟୀଙ୍କ ଧାରଣା

ଦାନଗଦୀ : କୋଭିଡ କଟକଣା ପାଇଁ ବ୍ଲକ୍‌ ପ୍ରଶାସନ ପକ୍ଷରୁ ଆଜି ଦାନଗଦୀ ହାଟକୁ ବନ୍ଦ କରାଯାଇଥିଲା। ବିଡିଓଙ୍କ ନିର୍ଦେଶରେ ତ୍ରିଜଙ୍ଗା ସରପଞ୍ଚ ‌ସୋମବାର ସକାଳୁ ହାଟକୁ ବନ୍ଦ କରି ଦେଇଥିଲେ। ଫଳରେ ଦୂରଦୂରାନ୍ତରୁ ଆସିଥିବା ପରିବା ବ୍ୟବସାୟୀମାନେ ଓ ସ୍ଥାନୀୟ ଅଞ୍ଚଳର ଶତାଧିକ ବ୍ୟବସାୟୀ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ହାଟ ବନ୍ଦ ରହିଲେ ସେମାନେ ଅଣିଥିବା ପନିପରିବା ନଷ୍ଟ ହୋଇଯିବ କହି ଦାନଗଦୀ ବଜାରରେ ଅନ୍ୟଏକ ସ୍ଥାନ ଯୋଗାଇ ଦେବାକୁ ଦାବି କରିଥିଲେ।

ବିଡିଓ ମଣିପ୍ରସାଦ ମିଶ୍ର ଧାରଣା ସ୍ଥଳରେ ପହଞ୍ଚି ଚାଷୀମାନଙ୍କୁ ବୁଝାସୁଝା କରିଥିଲେ। କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି ବୋଲି କହିଥିଲେ। କିଛିଦିନ ପାଇଁ ବ୍ଲକ୍‌ ଅନ୍ତର୍ଗତ ମିଲିଟାରି ଛକ ନିକଟରେ ବ୍ୟବସାୟ କରିବାକୁ ବିଡିଓ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ। ପରେ ଧାରଣାକାରୀ ଉଠି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe