ମେ ୩ ତାରିଖ ଯାଏ ବନ୍ଦ ରହିବ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ; ପ୍ରକାଶ ପାଇଲା ସଂଶୋଧିତ ନିର୍ଦ୍ଦେଶନାମା

Advertisment
ଯୁକ୍ତ ତିନି କଲେଜରେ ପିଜି କୋର୍ସ ଖୋଲିବ, ଅଧ୍ୟାପକ ଓ କର୍ମଚାରୀ ନିଯୁକ୍ତି ନେଇ ସୁପାରିସ

ଭୁବନେଶ୍ୱର: ରାଜ୍ୟ ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣ ଓ ଅଧୀନରେ ରହି ରାଜ୍ୟରେ ପରିଚାଳିତ ହେଉଥିବା ସମସ୍ତ ବେସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟମାନଙ୍କ ପାଇଁ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରା ଯାଇଛି। ପୂର୍ବରୁ ଜାରି କରା ଯାଇଥିବା ନିର୍ଦ୍ଦେଶନାମାକୁ ଖାରଜ କରି ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି କରା ଯାଇଥିବା ନୂତନ ସଂଶୋଧିତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ସଂକ୍ରମଣକୁ ରୋକିବା ପାଇଁ ଦୁଇଟି ପର୍ଯ୍ୟାୟରେ ଆସନ୍ତା ମେ ୩ ତାରିଖ ପର୍ଯ୍ୟନ୍ତ ଯେଉଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି ତାହାକୁ ରାଜ୍ୟର ସମସ୍ତ ବେସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟମାନେ କଡ଼ାକଡ଼ି ଭାବେ ପାଳନ କରିବେ। ଏବଂ ଅନୁଷ୍ଠାନକୁ ସଂପୂର୍ଣ୍ଣ ରୂପେ ବନ୍ଦ ରଖିବେ।

publive-image

ତେବେ, ଯଦି ଏହି ସମୟ ମଧ୍ୟରେ ଯଦି କୌଣସି ପ୍ରକାରର ଅତ୍ୟନ୍ତ ଜରୁରୀ ଦାପ୍ତରିକ କାର୍ଯ୍ୟର ଆବଶ୍ୟକତା ଉପୁଜେ ତେବେ ସେ କ୍ଷେତ୍ରରେ ସଂପୃକ୍ତ ବିଶ୍ୱବିଦ୍ୟାଳୟର କୁଳପତି ବା ତାଙ୍କ ସମକକ୍ଷ ଥିବା ଅନ୍ୟ ବରିଷ୍ଠ ଅଧିକାରୀ ଗ୍ରୁପ୍‌-ଏର (ଶିକ୍ଷକ ଓ ଅଣଶିକ୍ଷକ), ଗ୍ରୁପ୍‌-ବି, ଗ୍ରୁପ୍‌-ସି ଓ ଗ୍ରୁପ୍‌-ଡିର କର୍ମଚାରୀମାନଙ୍କୁ କାର୍ଯ୍ୟାଳୟକୁ ଡକାଇ ପରିବେ। ତେବେ, ଏମାନଙ୍କ ସଂଖ୍ୟା ଅନୁଷ୍ଠାନରେ କାର୍ଯ୍ୟରତ ଥିବା ମୋଟ କର୍ମଚାରୀ ସଂଖ୍ୟାର ୧୦ ପ୍ରତିଶତରୁ ଅଧିକ ହେବ ନାହିଁ।

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଥିବା ପୂର୍ବ ନିର୍ଦ୍ଦେଶନାମାରେ ରାଜ୍ୟର ସମସ୍ତ ବେସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକ ୨୦ ତାରିଖରୁ ଖୋଳାଯାଇ ପାରିବ ବୋଲି କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe