ଜିଲ୍ଲାପାଳଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତିମାସରେ  ୪ ଦିନ ଜିଲ୍ଲା ଗସ୍ତରେ ଯିବେ ସଚିବ

Advertisment

ମୁଖ୍ୟମନ୍ତ୍ରୀ ନିଜେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ

ମୁଖ୍ୟମନ୍ତ୍ରୀ ନିଜେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ

ଜିଲ୍ଲାପାଳଙ୍କ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ପ୍ରତିମାସରେ  ୪ ଦିନ ଜିଲ୍ଲା ଗସ୍ତରେ ଯିବେ ସଚିବ

ଭୁବନେଶ୍ୱର: ଏଣିକି ପ୍ରତି ମାସରେ  ଜିଲ୍ଲାପାଳମାନଙ୍କ କାର୍ଯ୍ୟର ସମୀକ୍ଷା କରାଯିବ। ପ୍ରତି ମାସରେ ସଚିବ ମାନେ ଜିଲ୍ଲା ଗସ୍ତରେ ଯାଇ ସରକାରୀ କାର୍ଯ୍ୟର ସମୀକ୍ଷା କରିବା ସହିତ  ସରକାରୀ  କାର୍ଯ୍ୟକ୍ରମ ଓ ଯୋଜନା ଗୁଡ଼ିକ କିପରି ତଳସ୍ତରରେ କାର୍ଯ୍ୟକରୀ ହେଉଛି ତାର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ଆଜି ସଚିବାଲୟ ଠାରେ ଜିଲ୍ଲାପାଳମାନଙ୍କ ବୈଠକରେ ଉଦ୍‌ବୋଧନ ଦେଇ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ,  ଗତ ଜୁଲାଇ ମାସରେ ହୋଇଥିବା ଜିଲ୍ଲାପାଳ ସମ୍ମିଳନୀରେ  ସେ ତିନୋଟି ପ୍ରସଙ୍ଗରେ ଗୁରୁତ୍ୱ ଦେଇଥିଲେ। ସେଗୁଡ଼ିକ ହେଲା ଟେକ୍‌ନୋଲୋଜି, ଟିମ୍‌ ଓ୍ଵାର୍କ ଓ ଟ୍ରନ୍ସପାରେନି୍ସ।  ଲୋକମାନଙ୍କୁ ଉପଯୁକ୍ତ ସେବା ଯୋଗାଇବା ପାଇଁ ସେ ବୈଷୟିକ ଜ୍ଞାନର ଉପଯୋଗିତା, ଦଳଗତ କାର୍ଯ୍ୟ ଓ ସ୍ୱଚ୍ଛତା ଉପରେ ଗତ  ଜିଲ୍ଲାପାଳ ବୈଠକରେ ଗୁରୁତ୍ୱ ଦେଇଥିଲେ। ସେହିପରି ଗତ ବୈଠକରେ ଦିଆଯାଇଥିବା  ପରାମର୍ଶ ଉପରେ କଣ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି ସେ ସମ୍ପର୍କରେ ରିପୋର୍ଟ ଦେବା ପାଇଁ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସଚିବ ଓ ଜିଲ୍ଲାପାଳମାନଙ୍କୁ କହିଥିଲେ।ଏହା ଆସନ୍ତା ୧୫ ଦିନ ମଧ୍ୟରେ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗୁରୁତ୍ୱ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ୨୦୧୮ ମସିହା ମୌସୁମୀ ଆସିବାକୁ ଆହୁରି ୮ ମାସ ବାକି ଅଛି। ଏହି ସମୟ ମଧ୍ୟରେ ଆମକୁ ସମସ୍ତ ପ୍ରକାର  ବିକାଶ କାର୍ଯ୍ୟକୁ  ତ୍ୱରାନିତ୍ୱ କରିବାକୁ ପଡ଼ିବ। ସେ ନିଜେ ଏହି ସବୁ ବିକାଶ କାର୍ଯ୍ୟର ସମୀକ୍ଷା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛି ଯେ ପ୍ରତିମାସ ପ୍ରଥମ ସପ୍ତାହରେ ସଚିବମାନେ ୪ ଦିନ ପାଇଁ ଜିଲ୍ଲା ଗସ୍ତରେ ଯିବେ। ସେମାନେ ସରକାରଙ୍କ ଯୋଜନା ତଳସ୍ତରେ କିପରି କାର୍ଯ୍ୟକାରୀ କରାଯାଉଛି ତାର କ୍ଷେତ୍ର ପରିଦର୍ଶନ କରି ସମୀକ୍ଷା କରିବେ। ସରକାରୀ ଯୋଜନାର କାର୍ଯ୍ୟନ୍ଵୟନ ପାଇଁ ବିଭାଗୀୟ ମୁଖ୍ୟଙ୍କ ଠାରୁ ଆରମ୍ଭ କରି ବ୍ଲକ୍‌ ସ୍ତରୀୟ ସମ୍ପ୍ରସାରଣ ଅଧିକାରୀ  ପର୍ଯ୍ୟନ୍ତ ସମସ୍ତଙ୍କୁ କ୍ଷେତ୍ର ପରିଦର୍ଶନରେ ଯିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତିି। ଏ ସମ୍ପର୍କୀତ  ନିର୍ଦ୍ଦେଶନାମା ଓ ଗାଇଡଲାଇନ୍‌ ଶୀଘ୍ର  ପ୍ରସ୍ତୁତ କରିବାକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଭାଗୀୟ ମୁଖ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe