ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

Advertisment
ଯୁକ୍ତ ଦୁଇ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହୋଇଛି ଚଳିତବର୍ଷର ଯୁକ୍ତ ଦୁଇ ପରୀକ୍ଷା । ରାଜ୍ୟରେ ମୋଟ ୩ଲକ୍ଷ ୫୦ହଜାର ୮ଶହ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଉଥିବାବେଳେ ମୋଟ ୧୧୪୩ଟି ସେଂଟରରେ ଏହି ପରୀକ୍ଷା ଚାଲିଛି । ପ୍ରଥମ ଦିନରେ ମାତୃଭାଷାରେ ପିଲାମାନେ ପରୀକ୍ଷା ଦେଉଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି | ଟ୍ୱିଟ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଦେଉଥିବା ଶିକ୍ଷାର୍ଥୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା। ଶିକ୍ଷାର୍ଥୀମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ ସହ ସଫଳତା କାମନା କରୁଛି।


ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଶୁଭକାମନା ଜଣାଇଛନ୍ତି | ପରୀକ୍ଷାରେ ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଏବଂ କପି ରୋକିବା ପାଇଁ ୧୧୪୩ଟି ପରୀକ୍ଷା କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା କରାଯାଇଛି । ୨୦୨ଟି ହବରେ ପରୀକ୍ଷା ପ୍ରଶ୍ନପତ୍ର ରଖିବାର ବ୍ୟବସ୍ଥା ହୋଇଛି | ବିଶେଷକରି ପ୍ରଶ୍ନପତ୍ରର ସୁରକ୍ଷା, ବିତରଣ ଏବଂ ଭାଇରାଲ ହେବାରୁ ରୋକିବା ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ପରୀକ୍ଷାର୍ଥୀଙ୍କ ସମେତ ପରୀକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଫୋନ ବ୍ୟବହାର ଉପରେ ରୋକ ଲଗାଯାଇଛି।

publive-image

କୌଣସି ପରିସ୍ଥିତିରେ କେହି ପରୀକ୍ଷା କେନ୍ଦ୍ରକୁ ଫୋନ ନେଇ ଯାଇପାରିବ ନାହିଁ ବୋଲି କୁହାଯାଇଛି। ସେହିଭଳି ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ସମୟରେ କଳା ବଲ୍‌ ପେନ୍‌ ବ୍ୟବହାର କରିବେ। ଉତ୍ତରଖାତାରୁ କାଗଜ ଚିରିବେ ନାହିଁ। ଏଥିସହ ଶୌଚାଳୟକୁ ଗଲେ ପ୍ରଶ୍ନ ନେଇ ଯାଇପାରିବେ ନାହିଁ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe