ସସ୍ମିତ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ‌ନେତା ନିଯୁକ୍ତ, ସୁଲତା ମୁଖ୍ୟ ସଚେତକ

Advertisment
ସସ୍ମିତ ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ‌ନେତା ନିଯୁକ୍ତ, ସୁଲତା ମୁଖ୍ୟ ସଚେତକ

ଭୁବନେଶ୍ବର: ଡ. ସସ୍ମିତ ପାତ୍ର ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ‌ନେତା ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟସଭାରେ ସୁଲତା ଦେଓଙ୍କୁ ମୁଖ୍ୟ ସଚେତକ ଭାବେ ଦାୟିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ପାତ୍ର ଓ ଶ୍ରୀମତୀ ଦେଓଙ୍କୁ ନୂତନ ଦାୟିତ୍ବ ଦେଇଛନ୍ତି। ବିଜେଡି ସାଂଗଠନିକ ସଚିବ ପ୍ରଣବ ପ୍ରକାଶ ଦାସ ଶୁକ୍ରବାର ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ଜୁନ୍‌ ମାସ ପ୍ରଥମ ସପ୍ତାହରେ ବିଜୁ ଜନତା ଦଳର ତିନି ଜଣ ରାଜ୍ୟସଭା ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ । ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ଏହି ତିନି ଜଣଙ୍କ ବ୍ୟତୀତ ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ନ ଥିଲେ। ବିଧିବଦ୍ଧ ଭାବେ ରିଟର୍ଣ୍ଣିଂ ଅଫିସର ସସ୍ମିତ ପାତ୍ର, ମାନସ ମଙ୍ଗରାଜ ଏବଂ ସୁଲତା ଦେଓଙ୍କୁ ଏ ନେଇ ପ୍ରମାଣ ପତ୍ର ଦେଇଥିଲେ। ପ୍ରସନ୍ନ ଆଚାର୍ଯ୍ୟ, ଏ.ଭାସ୍କର ରାଓଙ୍କ ସ୍ଥାନରେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ ରାଜ୍ୟସଭା ପାଇଁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ। ସେହିପରି ସସ୍ମିତ ପାତ୍ର ମଧ୍ୟ ଦ୍ଵିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe