ଭୁବନେଶ୍ୱର : ପ୍ରାୟ ୧୧୨ କୋଟି ଟଙ୍କା ବ୍ୟୟରେ ଚାରିଟି ଜଳସେଚନ ପ୍ରକଳ୍ପର ଟେଣ୍ଡର ପ୍ରକ୍ରିୟା ସରିଛି। ଆଜି ଏସବୁ ପ୍ରକଳ୍ପର କାର୍ଯ୍ୟାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି।
ସୂଚନାନୁସାରେ ଦେଓ ଜଳସେଚନ ପ୍ରକଳ୍ପରେ ଦକ୍ଷିଣ ମୁଖ୍ୟ କେନାଲ୍ର ଖନନ ଏବଂ ବିଭିନ୍ନ ନିର୍ମାଣ କାର୍ଯ୍ୟ ପାଇଁ ୧୨ କୋଟି ୮୦ ଲକ୍ଷ ଟଙ୍କା ବିନିଯୋଗ କରାଯିବ। କାନୁପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ କେନାଲ୍ ପାଇଁ ବିନିଯୋଗ ହେବ ୩୯ କୋଟି ୭୮ ଲକ୍ଷ ଟଙ୍କା। ସେହିପରି ଗଡ଼ବୁଗୁଡ଼ା ଟିକିବୁଡ଼ା କେନାଲ୍ ନିର୍ମାଣ ଏବଂ ଅନ୍ୟାନ୍ୟ ଛୋଟ କେନାଲ୍ର ନିର୍ମାଣ ଲାଗି ୨୦ କୋଟି ୬୬ ଲକ୍ଷ ଟଙ୍କା ବିନିଯୋଗ କରାଯିବ। ସେହିପରି ରିମୁଳି-ରକ୍ସି-ରାଜାମୁଣ୍ଡା ଅଞ୍ଚଳରେ କାନୁପୁର ସ୍ପିଲ୍ ଚ୍ୟାନେଲ୍ ଉପରେ ଏକ ଚାରିଥାକିଆ ସେତୁ ନିର୍ମାଣ ପାଇଁ ୪୦ କୋଟି ୬୮ ଲକ୍ଷ ଟଙ୍କା ବିନିଯୋଗ କରାଯିବ।
  
 Follow Us