ନିବେଶକଙ୍କୁ ଡାକିଲେ ମୁଖ୍ୟମନ୍ତ୍ରୀ: ନିବେଶ ପାଇଁ ଓଡ଼ିଶାରେ ଆକର୍ଷଣୀୟ ସୁଯୋଗ

Advertisment

ପୁଞ୍ଜିନିବେଶ ଲାଗି ଓଡ଼ିଶାକୁ ଏକ ଉପଯୁକ୍ତ ସ୍ଥାନ ଭାବେ ଉପସ୍ଥାପିତ କରି ନିବେଶ କରିବା ଲାଗି ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବସ୍ତରୀୟ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।

ପୁଞ୍ଜିନିବେଶ ଲାଗି ଓଡ଼ିଶାକୁ ଏକ ଉପଯୁକ୍ତ ସ୍ଥାନ ଭାବେ ଉପସ୍ଥାପିତ କରି ନିବେଶ କରିବା ଲାଗି ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବସ୍ତରୀୟ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି।

k;kh;k;k;;k;kh;kh

ନୂଆଦିଲ୍ଲୀ/ଭୁବନେଶ୍ବର: ପୁଞ୍ଜିନିବେଶ ଲାଗି ଓଡ଼ିଶାକୁ ଏକ ଉପଯୁକ୍ତ ସ୍ଥାନ ଭାବେ ଉପସ୍ଥାପିତ କରି ନିବେଶ କରିବା ଲାଗି ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ବସ୍ତରୀୟ ନିବେଶକମାନଙ୍କୁ ଆହ୍ବାନ ଦେଇଛନ୍ତି। ସେ ଇଣ୍ଡିଆନ୍ ଅଏଲ୍‌ର ସିଏମ୍‌ଡି ଭି ସତୀଶ କୁମାର, ନିର୍ଦ୍ଦେଶକ ଏ ଏସ୍ ସାହାଣୀ, ଜେକେ ପେପର ଲିମିଟେଡ୍‌ର ଅଧ୍ୟକ୍ଷ ହର୍ଷପତି ସିଂଘାନିଆ, ଅଏଲ୍‌ ଇଣ୍ଡିଆର ସିଏମ୍‌ଡି ଡ. ରଞ୍ଜିତ ରଥ, ଶାହି ଏକ୍ସପୋର୍ଟସ୍‌ର ଅଧ୍ୟକ୍ଷ ହରିଶ ଆହୁଜା, ଡାଲମିଆ ଭାରତ ଗ୍ରୁପ୍‌ର ପରିଚାଳନା ନିର୍ଦ୍ଦେଶକ ପୁନୀତ ଡାଲମିଆଙ୍କ ସମେତ ମୋଗଲିକ୍ସ, ଆଡୋବ୍ ଇଣ୍ଡିଆ, ଇଣ୍ଡୋରାମା, ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି, ଜୁପିଟର ୱାଗନ୍‌ସ ଭଳି କମ୍ପାନିର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି। ଓଡ଼ିଶାରେ ସେମିକଣ୍ଡକ୍ଟର କାରଖାନା ସ୍ଥାପନ କରିବାକୁ ସେ ମୋଗଲିକ୍ସକୁ ସ୍ବାଗତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପାଖାପାଖି ୬୦୦ ଶିଳ୍ପପତି ଯୋଗ ଦେଇଛନ୍ତି। ସେମାନେ ଶିଳ୍ପ ଅନୁକୂଳ ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ୫ ବର୍ଷରେ ୫ ଲକ୍ଷ କୋଟି ଆସିବ।

ଆସନ୍ତା ବର୍ଷ ଜାନୁଆରି ୨୮ ଓ ୨୯ରେ ଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫’ ଉପଲକ୍ଷେ ନୂଆଦିଲ୍ଲୀରେ ଆୟୋଜନ କରାଯାଇଥିବା ରାଷ୍ଟ୍ରଦୂତ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଓଡିଶାର ସମୃଦ୍ଧ ଇତିହାସ ଏବଂ ଭୌଗୋଳିକ ପରିସୀମା ଏହାକୁ ବିଶ୍ୱସ୍ତରୀୟ ବିନିଯୋଗ ପାଇଁ ପ୍ରସ୍ତୁତ କରିଛି। ଓଡିଶାରେ ଥିବା ସମ୍ଭାବନା,  ସ୍ଥାନୀୟ ସଂସ୍କୃତି ଏବଂ କୁଶଳୀ ଶ୍ରମିକମାନଙ୍କ ଉପରେ ସେ ଆଲୋକପାତ କରିଥିଲେ। 

ନିବେଶ ପାଇଁ ଓଡ଼ିଶାରେ ଆକର୍ଷଣୀୟ ସୁଯୋଗ
ଉତ୍କର୍ଷ ଓଡ଼ିଶା କନ୍‌କ୍ଲେଭ୍‌ରେ ଭାଗ ନେବାକୁ ଆମନ୍ତ୍ରଣ
ଯୋଗଦେଲେ ୬୦୦ ଶିଳ୍ପପତି

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ ଯେ ଆଗାମୀ ଦିନରେ ସେମିକଣ୍ଡକ୍ଟର, ଆଇଟି, ଗ୍ରିନ ଏନର୍ଜି, ପେଟ୍ରୋକେମିକାଲସ, ଇଲେକ୍ଟ୍ରୋନିକସ, ଫୁଡ ପ୍ରୋସେସିଂ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଛି। ୨୦୨୫ କନ୍‌କ୍ଲେଭ୍‌ ଏକ ସର୍ବବୃହତ୍‌ ଶିଳ୍ପ ସମାବେଶ ହେବାକୁ ଯାଉଛି। ଏହା ୨୦୩୬ରେ ସମୃଦ୍ଧ ଓଡିଶା ଏବଂ ୨୦୪୭ରେ ବିକଶିତ ଓଡିଶା ଗଠନରେ ନିଶ୍ଚିନ୍ତ ସୁଦୃଢ଼ ମୂଳଦୁଆ ପକାଇବ। ଡବଲ୍‌ ଇଞ୍ଜିନ ସରକାର ସହଯୋଗରେ ଓଡିଶା ଏକ ଶିଳ୍ପ ହବ୍‌ରେ ପରିଣତ ହେବାକୁ ଯାଉଛି। ଆନ୍ତର୍ଜାତିକ ସହଯୋଗିତାରେ ରାଜ୍ୟରେ ବିଦେଶୀ ନିବେଶକୁ ନେଇ ଆଲୋଚନା ଫଳପ୍ରଦ ହୋଇଥିବା ସେ କହିଥିଲେ।  

କାର୍ଯ୍ୟକ୍ରମରେ ୩୪ଟି ଦେଶରୁ ରାଷ୍ଟ୍ରଦୂତ, ହାଇକମିସନର, କନସୁଲ୍-ଜେନେରାଲ୍, ବାଣିଜ୍ୟ କମିସନର ଏବଂ କୂଟନୀତିଜ୍ଞମାନେ ସାମିଲ ହୋଇଥିଲେ। ନରୱେ, ସିଙ୍ଗାପୁର, ଚୀନ, ଜାପାନ, ବ୍ରାଜିଲ, ଆର୍ଜେଣ୍ଟିନା, ଯୁକ୍ତରାଷ୍ଟ୍ର, ଥାଇଲ୍ୟାଣ୍ଡ, ଭିଏତନାମ୍ ଏବଂ ବ୍ରିଟେନ୍ ଭଳି ଦେଶର ପ୍ରତିନିଧିମାନେ ମଧ୍ୟ ସାମିଲ ହୋଇଥିଲେ।  ଏଥି ସହିତ ୯ଟି ଅନ୍ତର୍ଜାତୀୟ ବ୍ୟବସାୟୀ ସଂଘ ମଧ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ, ଶିଳ୍ପ ମନ୍ତ୍ରୀ ଶ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ମନୋଜ ଆହୁଜା, ଶିଳ୍ପ ବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ, ଫିକିର ମହାନିର୍ଦ୍ଦେଶକ ଜ୍ୟୋତି ଭିଜ୍, ବୈଦେଶିକ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏ ଅଜୟ କୁମାର, ଇନଭେଷ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ନିବୃତ୍ତି ରାଏ ଓ ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe