ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

Advertisment
ବାଲେଶ୍ୱର ବାଣ ବିସ୍ଫୋରଣ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣାରେ ମୃତକଙ୍କ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ମୃତାହତ ବ୍ୟକ୍ତିଙ୍କ ଆତ୍ମୀୟଙ୍କ ପାଇଁ ୨ ଲକ୍ଷ ଟଙ୍କା ସହାୟତା ମିଳିବ। ସେହିଭଳି ଆହତ ବ୍ୟକ୍ତିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ ବୋଲି ନବୀନ କହିଛନ୍ତି। ସରକାରଙ୍କ ତରଫରୁ ଆହତଙ୍କ ଚିକିତ୍ସା ହେବାକୁ ଥିବା ବେଳେ ଘଟଣା ପାଇଁ ଦାୟୀ ଥିବା ସଂମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଣ କାରଖାନାରେ ବିସ୍ଫୋରଣ ହେବାରୁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ କଟକ ବଡ଼ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ବାଣ ଗୋଦାମର ମାଲିକ ଗୋଲକ ବିହାରୀ ପ୍ରଧାନ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ସାଂସଦ ରବୀନ୍ଦ୍ର କୁମାର ଜେନା, ବିଧାୟକ ଜୀବନ ପ୍ରଦୀପ ଦାସ, ଜିଲ୍ଲାପାଳ ପ୍ରମୋଦ କୁମାର ଦାସ, ଏସ୍‌ପି ନୀତି ଶେଖର ଓ ପୁଲିସ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।

ଗୋଲକ ବିହାରୀ ପ୍ରଧାନଙ୍କ ଘରେ ଥିବା ଲାଇସେନ୍ସ ପ୍ରାପ୍ତ ବାଣ କାରଖାନାରେ ପ୍ରାୟ ୩୦ ଜଣ ଶ୍ରମିକ କାମ କରୁଥିଲେ। ଅସାବଧାନତା ଯୋଗୁଁ ଅପରାହ୍ନ ୪ଟା ବେଳକୁ ବିସ୍ଫୋରଣ ହୋଇଥିଲା। ଫଳରେ ଶ୍ରମିକମାନେ ବାହାରକୁ ବାହାରି ପାରି ନଥିଲେ। କୁହାଯାଉଛି ଯେ, ଜଣେ ୫ବର୍ଷର ଶିଶୁ ମଧ୍ୟ ଦୁର୍ଘଟଣାର ଶିକାର ହୋଇଛି। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ମିଳିବା ପରେ ପୁଲିସ ଓ ଦମକଳ ବିଭାଗ ଘଟଣାସ୍ଥଳକୁ ପହଞ୍ଚିଛି। ରିପୋର୍ଟ ଲେଖାଯିବା ବେଳକୁ ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଉଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe