୧୮ ବର୍ଷରୁ କମ୍‌ ଭାରତୀୟ ରଗ୍‌ବି ବାଳିକା ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ପୁରସ୍କାର ଦେଲେ ୫ ଲକ୍ଷ ଟଙ୍କା

Advertisment
୧୮ ବର୍ଷରୁ କମ୍‌ ଭାରତୀୟ ରଗ୍‌ବି ବାଳିକା ଦଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ, ପୁରସ୍କାର ଦେଲେ ୫ ଲକ୍ଷ ଟଙ୍କା

ଭୁବନେଶ୍ୱର: ଏସୀୟ ୧୮ ବର୍ଷରୁ କମ୍‌ ରଗ୍‌ବି ସେଭେନ୍‌ସ ରୌପ୍ୟ ବିଜେତା ଭାରତୀୟ ବାଳିକା ଦଳ ସହିତ ଗୁରୁବାର ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କଥା ହେବା ସହିତ ସେମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥି ସହିତ ମୁଖ୍ୟମନ୍ତ୍ରୀ ବାଳିକା ଦଳକୁ ନଗଦ ୫ ଲକ୍ଷ ଟଙ୍କା ପୁରସ୍କାର ଦେଇଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭାରତ ସହ ୫ ଦେଶ କାଜାଖସ୍ତାନ, ର୍କିଗିଜସ୍ତାନ, ୟୁଏଇ ଓ ଆୟୋଜକ ଉଜବେକିସ୍ତାନ ଭାଗ ନେଇଥିଲେ।

ରଗ୍‌ବି ଟିମ୍‌କୁ ସ୍ୱାଗତ ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ଦଳର ସଫଳତା କାମନା କରିଛନ୍ତି। ଏହି ସଫଳତା ନେଇ ଆମେ ଗର୍ବିତ। ଏହା ଆରମ୍ଭ ହୋଇଛି। ଆଗାମୀ ଦିନରେ ଇତିହାସ ରଚିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

publive-image

ଏହା ପୂର୍ବରୁ ବୁଧବାର ଓଡ଼ିଶା ସରକାର ଓ ଅନ୍ୟ ସହଯୋଗୀଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଲୋକସେବା ଭବନସ୍ଥିତ କନ୍‌ଭେନ୍‌ସନ୍‌ କେନ୍ଦ୍ରରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଭାବେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, କିଟ୍‌ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, କ୍ରୀଡ଼ା ସଚିବ ଭିନୀଲ କ୍ରିଷ୍ଣା, ଭାରତୀୟ ରଗ୍‌ବି ଫୁଟ୍‌ବଲ୍‌ ୟୁନିଅନ୍‌ ସଭାପତି ବିକ୍ରମ ଆହୁଜା, ରଗ୍‌ବିି ଇଣ୍ଡିଆ ବୋର୍ଡ ସଦସ୍ୟ ତଥା ଅଭିନେତା, ନିର୍ଦେଶକ ଓ ଲେଖକ ରାହୁଲ ବୋଷ ଏବଂ ଓଡ଼ିଶା ରଗ୍‌ବି ଫୁଟ୍‌ବଲ୍‌ ସଂଘ ସଭାପତି ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଦ୍ଵାରା ସଫଳତା ଲାଗି ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ରୌପ୍ୟ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ସମସ୍ତ ଖେଳାଳିମାନଙ୍କ ପାଇଁ ଓଡ଼ିଶା ସରକାର, ରଗ୍‌ବି ଇଣ୍ଡିଆ ଓ ସହଯୋଗୀ ବ୍ଲେଡ୍‌ ଏୟାର ମୋବିଲିଟି ପକ୍ଷରୁ ମୋଟ ଉପରେ ପ୍ରାୟ ୧୫ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରିବା ଲାଗି ଘୋଷଣା କରାଯାଇଥିଲା। ଓଡ଼ିଶାର ତରୁଲତା ନାଏକ, ମାମା ନାଏକ ଓ ନିର୍ମାଲ୍ୟା ରାଉତ ଏହି ୧୫ ଜଣିଆ ଦଳରେ ସ୍ଥାନ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe