ଶ୍ରୀୟଙ୍କା ଷଡଙ୍ଗୀ ଓ ଝିଲି ଦଳବେହେରା ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା କ୍ରୀଡା ପୁରସ୍କାର ପ୍ରଦାନ

ଶ୍ରୀୟଙ୍କା ଷଡଙ୍ଗୀ ଓ ଝିଲି ଦଳବେହେରା ପାଇଲେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର

ଭୁୁବବନେଶ୍ବର: ଜାତୀୟ କ୍ରୀଡା ଦିବସ ଅବସରରେ ଆଜି ଲୋକସେବା ଭବନର କନଭେନସନ୍ ହଲରେ ୨୦୨୧ବର୍ଷ ପାଇଁ ବିଜୁ ପଟ୍ଟନାୟକ ରାଜ୍ୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଓଡ଼ିଆ କିମ୍ବଦନ୍ତୀ କ୍ରିକେଟର ତଥା ବିସିସିଆଇ ଚୟନକର୍ତ୍ତା ଦେବାଶିଷ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଅନ୍ତର୍ଜାତୀୟ ସୁଟର ଶ୍ରୀୟଙ୍କା ଷଡଙ୍ଗୀ ଓ ଆନ୍ତର୍ଜାତିକ ୱେଟଲିଫ୍ଟର ଝିଲି ଦଳବେହେରାଙ୍କୁ ଚଳିତ ବର୍ଷ ଶ୍ରେଷ୍ଠ କ୍ରୀଡାବିତ ପୁରସ୍କାର ପ୍ରଦାନ କରାଯାଇଛି।

ଆନ୍ତର୍ଜାତିକ ପାରା ଆଥଲେଟ ଜୟନ୍ତୀ ବେହେରାଙ୍କ କୋଚ୍ ବିଷ୍ଣୁ ମିଶ୍ର ପାଇଛନ୍ତି ଶ୍ରେଷ୍ଠ କୋଚ୍ ପୁରସ୍କାର। କ୍ରୀଡା ସାମ୍ୱାଦିକ ଭାବେ ବେଣୁଧର ଦାସଙ୍କୁ ସମ୍ମାନିତ କରାଯାଇଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟକୁ ଶ୍ରେଷ୍ଠ କ୍ରୀଡା ପ୍ରୋତ୍ସାହନ ଅନୁଷ୍ଠାନ ଭାବେ ପ୍ରଦାନ କରାଯାଇଛି। ଏହା ସହିତ ରାଜ୍ୟ ସାହସିକତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ପ୍ରତାପ ତରାଇ ଏବଂ ଶୁଭଶ୍ରୀ ରାଉତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

publive-image

ବିଭିନ୍ନ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଖେଳାଳିଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶାର ବହୁ ଜଣାଶୁଣା କ୍ରୀଡାବିତ୍ ଉପସ୍ଥିତ ଥିଲେ। ଏହି ଅବସରରେ ପାରା ଅଥଲେଟମାନଙ୍କ ସମେତ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତିକ ଓଡ଼ିଆ ଖେଳାଳିଙ୍କୁ ବିଭିନ୍ନ ବିଭାଗରେ ନିଯୁକ୍ତି ଦିଆଯାଇଥିଲା। କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପ୍ରାୟ ୫୦ଜଣ ଖେଳାଳିଙ୍କୁ ନିଯୁକ୍ତି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe