ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ

Advertisment
ବିଧାନସଭା ଉପନିର୍ବାଚନ ପ୍ରଚାର ପାଇଁ ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ରୋଡ୍‌ ସୋ

ବରଗଡ଼: ବିଜେପୁର ବିଧାନସଭା ଉପନିର୍ବାଚନରେ ଦଳୀୟ ପ୍ରାର୍ଥିନୀ ରୀତା ସାହୁଙ୍କ ଲାଗି ପ୍ରଚାର ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୂର୍ବାହ୍ନରେ ଲାଉମୁଣ୍ଡା ହେଲିପ୍ୟାଡ୍‌ରେ ପହଞ୍ଚି ପଥପ୍ରାନ୍ତ ସଭା ଆରମ୍ଭ କରିଛନ୍ତି।

ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ହାଇଟେକ୍‌ ବସ୍‌ଯୋଗେ କୁରୁକୁଡ଼ା ଯାଉଛନ୍ତି। ସେଠାରୁ ଜାରିଙ୍ଗ୍‌ ଓ ବିଜେପୁର ଯିବେ। ଅପରାହ୍ଣ ୨ଟା ବେଳେ ମୁଖ୍ୟମନ୍ତ୍ରୀ ବରପାଲି ଫେରିବେ ଓ ପୁଣି ଅପରାହ୍ଣ ୪ଟା ବେଳେ ବରପାଲି ଏନ୍‌ଏସ୍‌ସି ଏବଂ ଆଖପାଖ ଗାଁଗୁଡ଼ିକରେ ରୋଡ୍‌ ସୋ କରିବେ। ଆଜି ବିଜେପୁର ଏବଂ ବରପାଲିର ୩୧ଟି ସ୍ଥାନରେ ପ୍ରଚାର କରିବେ। ସମୁଦାୟ ୭ ଘଣ୍ଟା ପ୍ରଚାର କରିବା ପରେ ମୁଖ୍ୟମନ୍ତ୍ରୀ ବରଗଡ଼ ଆଇ.ବି.ରେ ରାତ୍ରୀ ଯାପନ କରିବେ।

ଆସନ୍ତାକାଲି ଗାଇସିଲଟ୍‌ ବ୍ଲକ୍‌ର ୧୪ଟି ସ୍ଥାନକୁ ପ୍ରଚାର ଅଭିଯାନରେ ଯିବେ।

ପ୍ରଚାର ଅଭିଯାନରେ ବିଜେଡିର ଅନେକ କର୍ମୀ ଓ ସମର୍ଥକମାନଙ୍କ ଗହଳି ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe