ଗତ ଜୁଲାଇ ମାସରେ ୫୪% ଜିଏସ୍‌ଟି ସଂଗ୍ରହ ହୋଇଛି : ମୁଖ୍ୟମନ୍ତ୍ରୀ

Advertisment

ରାୟଗଡ଼ାରେ ଉତ୍କଳ ଆଲୁମିନାର ନୂଆ କାରଖାନା ଉଦ୍‌ଘାଟିତ

ରାୟଗଡ଼ାରେ ଉତ୍କଳ ଆଲୁମିନାର ନୂଆ କାରଖାନା ଉଦ୍‌ଘାଟିତ

ନାରୀ ସଶକ୍ତୀକରଣ ବିନା ବିକାଶ ଅସମ୍ଭବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାୟଗଡ଼ା ଜିଲ୍ଲା କାଶୀପୁରରେ ଉତ୍କଳ ଆଲୁମିନା ରେଫାଇନେରି କାରଖାନାର ସଂପ୍ରସାରଣ ଶାଖାକୁ ଉଦ୍‌ଘାଟନ କରିଛନ୍ତି। କଂପାନିର ଏହି ନୂତନ କାରଖାନା ଉଦ୍‌ଘାଟନ ହେବା ପରେ ଉତ୍କଳ ଆଲୁମିନାର ଉତ୍ପାଦନ କ୍ଷମତା ବାର୍ଷିକ ୧.୫ ମିଲିୟନ ଟନ୍‌ରୁ ୨ ମିଲିୟନ ଟନ୍‌ ହୋଇପାରିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି, କରୋନା ଭାଇରସ ମହାମାରୀ ପରେ ରାଜ୍ୟର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସୁଛି। ଆମେ ଟ୍ରାକକୁ ଫେରୁଛେ। କରୋନା ସତ୍ତ୍ବେବି ପୁଂଜି ନିବେଶକାରୀ ସଂସ୍ଥା ମାନେ ରାଜ୍ୟରେ ନିବେଶ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ସେ କହିଛନ୍ତି ଯେ, ରାଜ୍ୟ ସରକାର ଚଳିତ ବର୍ଷ ଜୁଲାଇ ମାସରେ ୫୪ ପ୍ରତିଶତ ଅଧିକ ଜିଏସଟି ସଂଗ୍ରହ କରିଛନ୍ତି।

ଆମର ଶିଳ୍ପାନୁଷ୍ଠାନର ବିକାଶରେ ଆଦିତ୍ୟ ବିର୍ଲା ଗୃପର ବଡ଼ ଭୂମିକା ରହିଛି। କଂପାନି ଦ୍ବାରା ମେଟାଲ, ସିମେଣ୍ଟ, ବିତ୍ତିୟ ସେବା ପ୍ରଦାନ ଓ ରିଟେଲ କ୍ଷେତ୍ରରେ କାମ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe