ଓଡ଼ିଶାର ୨୦ ସ୍କୁଲ ପିଲା ଇସ୍ରୋ କଣ୍ଟ୍ରୋଲ ରୁମ ଦେଖିବେ, କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Advertisment
ଓଡ଼ିଶାର ୨୦ ସ୍କୁଲ ପିଲା ଇସ୍ରୋ କଣ୍ଟ୍ରୋଲ ରୁମ ଦେଖିବେ, କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରର ନବୀନ ନିବାସଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟାଟାଷ୍ଟିଲ ଯୁବଜ୍ୟୋତିର୍ବିଜ୍ଞାନ ପ୍ରତିଭା ଅନ୍ୱେଷଣ (ୟାଟସ୍)ର ୧୨ତମ ସଂସ୍କରଣ ବିଜେତାଙ୍କ ପରିଦର୍ଶନ କାର୍ଯ୍ୟକ୍ରମକୁ ଓଡ଼ିଶାରମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି ।ବିଜେତା ହୋଇଥିବା ୨୦ ଜଣିଆ ଛାତ୍ରଛାତ୍ରୀଙ୍କ ଦଳ ଅହମ୍ମଦାବାଦ ଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ପରିଦର୍ଶନ କରିବେ ଏବଂ ଅତି ନିକଟରୁ ମହାକାଶ ବିଜ୍ଞାନର ଅନୁଭୂତି ହାସଲ କରିପାରିବେ । ଏହି ଅବସରରେ ପଟ୍ଟନାୟକ ୟାଟସ ୧୩ତମ (୨୦୧୯-୨୦) ସଂସ୍କରଣକୁ ମଧ୍ୟ ଉନ୍ମୋଚନ କରିଛନ୍ତି । ୟାଟସ୍ ୨୦୧୯ର ବିଷୟବସ୍ତୁହେଉଛି “ବ୍ରହ୍ମାଣ୍ଡର ଆଶ୍ଚର୍ଯ୍ୟଗୁଡ଼ିକୁ ସନ୍ଧାନ କରିବା ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe