ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ବିଧାନସଭାରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି । ଏଥିରେ ମହିଳା ସଶକ୍ତୀକରଣ ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ତେବେ ସରକାର ଗରିବ ଝିଅମାନଙ୍କ ବିବାହ ପାଇଁ ଏକ ଗଣ ବିବାହ ଯୋଜନା ସଂପର୍କରେ ଘୋଷଣା କରିଛନ୍ତି । ଏହାର ନାଁ ହେଉଛି ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ଏହା ମାଧ୍ୟମରେ ଗଣବିବାହ ଆୟୋଜନ କରାଯିବ । ସରକାର ଏବାବଦ ସମସ୍ତ ବ୍ୟୟ ବହନ କରିବେ ଓ କନ୍ୟାକୁ ସରକାରଙ୍କ ପକ୍ଷରୁ ଏକ ଉପହାର ଦିଆଯିବ । ଏହି ଯୋଜନା ପାଇଁ ୧୨ କୋଟିର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ମାଧ୍ୟମରେ ଗଣବିବାହ ଆୟୋଜନ କରାଯିବ । ସରକାର ଏବାବଦ ସମସ୍ତ ବ୍ୟୟ ବହନ କରିବେ ଓ କନ୍ୟାକୁ ସରକାରଙ୍କ ପକ୍ଷରୁ ଏକ ଉପହାର ଦିଆଯିବ । ଏହି ଯୋଜନା ପାଇଁ ୧୨ କୋଟିର ବ୍ୟୟବରାଦ କରାଯାଇଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନା ପାଇଁ ୫୨୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
ଏହାଛଡ଼ା ମମତା ଯୋଜନା ପାଇଁ ୨୮୪ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଥିବାବେଳେ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନା ୨୦୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ମିସନ ଶକ୍ତି ପାଇଁ ୨୭୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
Follow Us