ଓଡ଼ିଶା ପୁନର୍ନିମାଣ େଵବ୍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Advertisment
ଓଡ଼ିଶା ପୁନର୍ନିମାଣ େଵବ୍ ପୋର୍ଟାଲର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ‘ଫନି’ ବାତ୍ୟାରେ ପ୍ରଭାବିତ ହୋଇଥିବା ୧୪ଟି ଜିଲ୍ଲାରେ କ୍ଷତି ହୋଇଥିବା ସାର୍ବଜନୀନ ସମ୍ପତ୍ତି, ସମେତ ସ୍କୁଲ ଓ କଲେଜ ଗୃହ, ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣରେ ଜନସାଧାରଣଙ୍କ ସହଯୋଗ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ ପାଣ୍ଠିକୁ ଦାନ କରିବାକୁ େଵବ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ଏହି ପୋର୍ଟାଲ ଜରିଆରେ ଯେ କୌଣସି ବ୍ୟକ୍ତି କିମ୍ବା ସଂସ୍ଥା ନିଜ ଇଚ୍ଛାମୁତାବକ ପ୍ରକଳ୍ପ ପାଇଁ ସହାୟତା ପ୍ରଦାନ କରିବା ନେଇ ସୁବିଧା କରାଯାଇଛି।

ଶନିବାର ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ପୁନର୍ନିମାଣ େଵବ ପୋର୍ଟାଲର ଶୁଭାରମ୍ଭ କରି କହିଥିଲେ, ବାତ୍ୟା ଯୋଗୁଁ ପ୍ରଭାବିତ ଜିଲ୍ଲାରେ ଯେପରି କ୍ଷତି ହୋଇଛି ତାକୁ ପୁଣି ଥରେ ନୂଆ କରି ଗଢ଼ି ତୋଳିବାକୁ ଜନସାଧାରଣ ଏହି ପୋର୍ଟାଲ ଜରିଆରେ ଆର୍ଥିକ ସାହାଯ୍ୟ ଦେବାକୁ ନିବେଦନ କରାଯାଉଛି। www. rebuild.odisha.gov.in ନାମକ ପୋର୍ଟାଲ ଜରିଆରେ ଯେ କୌଣସି ବ୍ୟକ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସିଧାସଳଖ ଦାନ କରିପାରିବେ। ସମ୍ପୂର୍ଣ୍ଣ ସ୍ବଚ୍ଛତା ସହ ଏହି ପୋର୍ଟାଲ ଜରିଆରେ ଦାନ କରିଥିବା ବ୍ୟକ୍ତିକୁ ପ୍ରାପ୍ତିସୂଚକ ଭାବେ ଦାନ ରାଶିର ପରିମାଣ ସହ ତାଙ୍କ ମୋବାଇଲକୁ ଏସଏମଏସ ପଠାଯିବ। ବିଶେଷକରି ଜଣେ ବ୍ୟକ୍ତି କିମ୍ବା ସଂସ୍ଥା ଏହି ପୋର୍ଟାଲରେ ଦର୍ଶାଯାଇଥିବା ସ୍କୁଲ, କଲେଜ, ଅଙ୍ଗନବାଡ଼ି, ସ୍ବାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ପୁନର୍ନିମାଣ ପାଇଁ ୩୦୦ରୁ ଅଧିକ ପ୍ରକଳ୍ପ ଉପରେ ନିଜ ଟଙ୍କା ଖର୍ଚ୍ଚ କରିବା ପାଇଁ ଇଚ୍ଛା ଜାହିର କରିପାରିବେ। ଦାତାଙ୍କ ଇଚ୍ଛାମୁତାବକ ପ୍ରକଳ୍ପର ଅଗ୍ରଗତି ନେଇ ମଧ୍ୟ ନିୟମିତ ବ୍ୟବଧାନରେ ତାଙ୍କୁ ଇ-ମେଲ ଓ ମୋବାଇଲ ଏସଏମଏସ ଜରିଆରେ ଅବଗତ କରାଯିବ। ପୁନର୍ବାସ, ଥଇଥାନ ଓ ପୁନର୍ନିମାଣ ପାଇଁ ଏହି ପୋର୍ଟାଲ ଜରିଆରେ ଦାନ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ଆୟକର ଲାଭ ପାଇବେ ବୋଲି ସରକାର ଘୋଷଣା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe