ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଜାଳି ବିଶ୍ୱ ଶାନ୍ତି ପାଇଁ ଆଶୀର୍ବାଦ ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଜାଳି ବିଶ୍ୱ ଶାନ୍ତି ପାଇଁ ଆଶୀର୍ବାଦ ମାଗିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ପୁରୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାୟ ୪ଟା ୧୦ରେ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ସେ ଅଧଘଣ୍ଟା ମନ୍ଦିର ପରିସରରେ ବିତାଇବା ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ନିକଟରେ ଦୀପ ଜାଳି ବିଶ୍ୱ ଶାନ୍ତି ପାଇଁ ଆଶୀର୍ବାଦ ମାଗିଥିଲେ। ସନ୍ଧ୍ୟା ୪ଟା ୫୦ରେ ଶ୍ରୀମନ୍ଦିରରୁ ବାହାରି ଆସିଥିଲେ।

ତେବେ ଶ୍ରୀମନ୍ଦିର ଦର୍ଶନ ଶେଷ କରି ମମତା ବାନାର୍ଜୀ ଗଣମାଧ୍ୟମ ନିକଟରେ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହଥିଲେ, ଶ୍ରୀଜଗନ୍ନାଥଙ୍କ ମୁଁ ଜଣେ ପରମ ଭକ୍ତ। ପ୍ରତିଦିନ ମୁଁ ଘରେ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରୁଛି। ତେଣୁ ଆଜିର ଦର୍ଶନ ମୋ ପାଇଁ ସ୍ୱତନ୍ତ୍ର। ସମସ୍ତ ମନୁଷ୍ୟ ଶାନ୍ତିରେ ରହିବା ପାଇଁ ପ୍ରଭୁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଛି ବୋଲି ମମତା କହିଥିଲେ। ମନ୍ୟୁଷ୍ୟ ମଧ୍ୟରେ ହିଂସା ଓ ବିବାଦ ନ ରହିଲେ ଭଲ। ଏଥି ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଛି।

publive-image

ମମତା କହିଥିଲେ, ଭାରତୀୟମାନେ ଭାଇ-ଭଉଣୀର ସଂପର୍କ ନେଇ ରହିବା ଦରକାର। ବର୍ତ୍ତମାନ ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଚାଲିଥିବା ହିଂସା ନେଇ ମମତା କହିଛନ୍ତି, ଆମେ ରକ୍ତ ଚାହୁଁ ନାହୁଁ, ଆମକୁ ଶାନ୍ତି ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe