ବିଏସଏଫ୍ ସୀମା ଭଓ୍ଵାନୀ ଟିମ୍‌ର ଓଡ଼ିଆ ଝିଅଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

Advertisment
ବିଏସଏଫ୍ ସୀମା ଭଓ୍ଵାନୀ ଟିମ୍‌ର ଓଡ଼ିଆ ଝିଅଙ୍କୁ ସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ଗଣତନ୍ତ୍ର ଦିବସର ଏକ ମୁଖ୍ୟ ଆକର୍ଷଣ ଥିଲା ବିଏସଏଫ ମହିଳା ଟିମ୍‌ ସୀମା ଭଓ୍ଵାନୀର ଦୁଃସାହସିକ ମୋଟରସାଇକେଲ କ୍ରୀଡା ପ୍ରଦର୍ଶନ । ଏହି ଟିମର କୌଶଳକୁ ଖୋଦ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରସଂଶା କରିଥିଲେ । ମୋଟ ୧୧୩ ଜଣିଆ ଏହି ଟିମରେ ଥିଲେ ୬ ଜଣ ଓଡ଼ିଆ ଝିଅ- ମୀତା, ଅନସୂୟା,ସୁକାମିନି, କ୍ରିଷ୍ଣା, ସୁବନ୍ତି ଓ ବନିତା । ସାରା ଦେଶରେ ଇତିହାସ ସୃଷ୍ଟିକରିଥିବା ଏହି ଓଡ଼ିଆ ଝିଅମାନଙ୍କୁ ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ ଆଜି ସମ୍ମାନିତ କରିବା ସହ ସେମାନେ ସାରା ରାଜ୍ୟବାସୀଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି।

ଏ ସଂପର୍କରେ ଟ୍ଵିଟ୍‌ କରି ମୁଖ୍ୟମନ୍ତ୍ରୀ ନୀବନ ପଟ୍ଟନାୟକ କହିଛନ୍ତି ଯେ “ଗଣତନ୍ତ୍ର ଦିବସରେ ଚମତ୍କାର ପ୍ରଦର୍ଶନ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିବା ବିଏସଏଫର ପ୍ରଥମ ମହିଳା ବାଇକର ଟିମ ସୀମା ଭବାନୀର ସଦସ୍ୟ ଥିବା ଓଡ଼ିଆ ଝିଅଙ୍କୁ ଭେଟି ମୁଁ ବେଶ ଆନନ୍ଦିତ । ସେମାନେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ । ସେମାନେ ଏହା ମଧ୍ୟ ପ୍ରମାଣିତ କରିଛନ୍ତି ଯେ ଝିଅମାନେ ସାହସ ଓ ସାମର୍ଥ୍ୟରେ କିଛି କମ ନୁହଁନ୍ତି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe