ଲକ୍‌ଡାଉନ୍ ସମୟରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା : ‘ସବୁ ସପ୍ତାହରେ ନୂଆ କଥା ଶିଖିବାକୁ ଚେଷ୍ଟା କର’

Advertisment
ବ୍ରହ୍ମପୁର ମେୟର୍‌ ହେବାକୁ ବିଜେଡିରେ ଡଜନେ ଆଶାୟୀ, ମୁଖ୍ୟମନ୍ତ୍ରୀ ଦେବେ କି ମାଷ୍ଟର ଷ୍ଟ୍ରୋକ୍‌?

image source--news 18

ଭୁବନେଶ୍ବର : କ‌ରୋନା ମୁକାବିଲା ପାଇଁ ଲକ୍‌ଡାଉନ୍‌ ଜାରି ରହିଥିବା ବେଳେ ରାଜ୍ୟର ସ୍କୁଲ ଛାତ୍ରଛାତ୍ରୀଙ୍କୁ ୮ ସୂତ୍ରୀ ଉପଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସବୁ ସପ୍ତାହରେ ନୂଆ କଥାଟିଏ ଶିଖିବା ଲାଗି କୁନି କୁନି ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ କୋଭିଡ୍-୧୯ ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ପାଠ କରିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାକୁ ନ ଡରି, ମିଳିମିଶି ଲଢ଼ିବା। ଏହି ସମୟରେ ସାଙ୍ଗସାଥୀମାନଙ୍କ ସହ ଖେଳାଖେଳି କରିବା ନାହିଁ। ନିଜେ ସାବଧାନ ରହିବା ସହ ବାପା, ମା’ଙ୍କୁ ହାତ ଧୋଇବା ଓ ଘରେ ରହିବା ପାଇଁ କହିବା। ଯଦି ସେମାନେ ବାହାରକୁ ଯାଉଛନ୍ତି, ତା’ ହେଲେ ମାସ୍କ ପିନ୍ଧିବା ପାଇଁ ସତର୍କ କରିବା। ସେହିପରି ଏ ବର୍ଷର ସ୍କୁଲ ବହିତକ କାଢ଼ି ଆଉ ଥରେ ପଢ଼ିବା ସହ ମନକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା। ଘରେ ଥିବା ବେଳେ ଗପ ବହି ପଢ଼ିବା ଓ ଚିତ୍ର ଆଙ୍କିବା। ଘର କାମରେ ମା’, ବାପାଙ୍କୁ ସାହାଯ୍ୟ କରିବା ଓ ଭାଇ ଭଉଣୀଙ୍କ ସହ କଳି ନ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହାସହ ମୁଖ୍ୟମନ୍ତ୍ରୀ ଆଜି ‘ବିଶ୍ବ ପୁସ୍ତକ ଦିବସ’ ଅବସରରେ କୋଭିଡ୍‌-୧୯ ସମୟରେ ନିଃସଙ୍ଗତାର ଅବରୋଧ ଦୂର କରିବା ପାଇଁ ପୁସ୍ତକ ଅଧ୍ୟୟନର ପରିବର୍ତ୍ତନଶୀଳ ଶକ୍ତିକୁ ହୃଦୟଙ୍ଗମ କରିବାକୁ ଆହ୍ବାନ ଦେଇଛନ୍ତି। ପୁସ୍ତକ ଆମର ଜ୍ଞାନକୁ ପ୍ରଶସ୍ତ, ମନକୁ କ୍ରିୟାଶୀଳ, କଳ୍ପନା ଶକ୍ତିକୁ ଊର୍ଧ୍ବମୁଖୀ ଓ ବିଭିନ୍ନ ସଂସ୍କୃତି ଓ ମଣିଷକୁ ଚିହ୍ନିବା ପାଇଁ ସାହାଯ୍ୟ କରିଥାଏ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର କହିଥିଲେ, ପିଲାମାନେ ବିଶେଷ ଚିନ୍ତା କରନ୍ତୁ ନାହିଁ। ମିଳିଥିବା ସମୟକୁ ସୁଯୋଗ ଭାବେ ଗ୍ରହଣ କରନ୍ତୁ। ପୂର୍ବଭଳି ଏବେ ସମୟର ବନ୍ଧନ ନାହିଁ। ଏବେ ଯେଉଁ ସମୟ ମିଳିଛି, ଏଥିରେ ପୂର୍ବରୁ ଯେଉଁ ପାଠ ନ ପଢ଼ିଛ, ତାହାକୁ ପଢ଼ିବା ପାଇଁ ଚେଷ୍ଟା କର। ପରୀକ୍ଷା ସରିଯାଇଥିଲେ ମଧ୍ୟ ପଢ଼ିଲେ ଅନେକ ନୂଆ କଥା ଶିଖିବାକୁ ମିଳିବ। ନିଜ ଭିତରେ ଯେଉଁ ରୁଚି ରହିଛି, ଏହାକୁ କରିବା ଲାଗି ଚେଷ୍ଟା କର। ଏହାଦ୍ବାରା ମନ ଖୁସି ରହିପାରିବ। ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ଘରେ ମାସ୍କ ତିଆରି କରିବା ପାଇଁ ଚେଷ୍ଟା କର। ଆରମ୍ଭରୁ ହୁଏତ କଷ୍ଟ ହୋଇପାରେ ହେଲେ ଧୀରେଧୀରେ ଏହା ଆନନ୍ଦ ଦେବ। ଘରେ ଥିବା ବୟସ୍କ ବ୍ୟକ୍ତିମାନଙ୍କ ସହ ନିଜ କଥା ଶୁଣାଇବା ସହ ସେମାନଙ୍କ କଥା ନିଜେ ଶୁଣିବା ପାଇଁ ଚେଷ୍ଟା କର। ଘର ଭିତରେ ବ୍ୟାୟାମ କରିବା ସହ ପୋଷା ଜନ୍ତୁମାନଙ୍କୁ ଖାଇବାକୁ ଦେବା ଲାଗି ଶ୍ରୀମତୀ ମିଶ୍ର ପିଲାମାନଙ୍କୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe