ରଜ ପାଳିଲେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଆ ଅସ୍ମିତାର କଥା

Advertisment
ରଜ ପାଳିଲେ ମୁଖ୍ୟମନ୍ତ୍ରୀ; କହିଲେ- ଓଡ଼ିଆ ଅସ୍ମିତାର କଥା

ଭୁବନେଶ୍ବର: ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଣପର୍ବ ‘ରଜ’ ପାଳନ କରିଛନ୍ତି। ଶ୍ରୀ ମାଝୀ ଆଜି ସନ୍ଧ୍ୟାରେ ରାଜ୍ୟ ସଂଗ୍ରହାଳୟକୁ ଯାଇ ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ମାଝୀ ଜନସାଧାରଣଙ୍କ ସହିତ କଥାବାର୍ତ୍ତା ‌କରିଛନ୍ତି। ଜନସାଧାରଣ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ  ଶ୍ରୀ ମାଝୀ ଜନସାଧାରଣଙ୍କୁ ରଜ ଅଭିନନ୍ଦନ ଜଣାଇଛନ୍ତି। ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେହିପରି ବୃକ୍ଷ ରୋପଣ କରିଛନ୍ତି। ରାଜ୍ୟର କଳା, ସଂସ୍କୃତି ଉପରେ ପର୍ଯ୍ୟବେସିତ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏହି ଅବସରରେ ଶ୍ରୀ ମାଝୀ ଓଡ଼ିଆ ସଂସ୍କୃତିରେ ରଜପାନ ଓ ରଜପିଠାର ଗୁରୁତ୍ବ ସଂପର୍କରେ କହିଥିଲେ। ଓଡ଼ିଆ, ସଂସ୍କୃତି ଓ ପରଂପରାକୁ ମନେ ପକାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ପାରଂପରିକ ନାଚଗୀତର ସହିତ ସ୍ବାଗତ କରାଯାଇଥିଲା। ସୋନପୁରର ଦୁଲ୍‌ଦୁଲି ନୃତ୍ୟରେ ରାଜ୍ୟ ସଂଗ୍ରହାଳୟ ପରିସର କମ୍ପି ଉଠିଥିଲା। ଏହାପରେ ରଜ ମହୋତ୍ସବ ସମାରୋହରେ ଚିତ୍ରକଳା ପ୍ରଦର୍ଶନୀ, ପିଠା ଖାଇବାର କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏହି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଶାଳିନୀ ପଣ୍ଡିତ, ଭୁ‌ବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂହ, ଭୁବନେଶ୍ବର ମଧ୍ୟରୁ ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ, ଜନସାଧାରଣ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe