କଟକ ସହରର ସମସ୍ୟାର ସମାଧାନ କରାଯାଇ ବିକାଶ ତ୍ୱରାନ୍ୱିତ କରାଯିବ: ମୁଖ୍ୟମନ୍ତ୍ରୀ

କଟକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କଟକ ସହରର ସମସ୍ୟାର ସମାଧାନ କରାଯାଇ ବିକାଶ ତ୍ୱରାନ୍ୱିତ କରାଯିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦାୟିତ୍ଵ ଗ୍ରହଣ ପରେ ଆଜି ପ୍ରଥମ ଥର ପାଇଁ କଟକ ଗସ୍ତ କରି ପୂଜ୍ୟ ପୂଜାର ଧାରା ଜାରି ରଖିଛନ୍ତି। କଟକର ଓଡ଼ିଆ ବଜାର ଠାରେ ନେତାଜୀ ଜନ୍ମ ପୀଠ ପରିଦର୍ଶନ କରି ସେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ।
ନେତାଜୀ ମ୍ୟୁଜିଅମ୍ ପରିଦର୍ଶନ କରି ତାଙ୍କ ବାଲ୍ୟକାଳର ବ୍ୟବହୃତ ଦ୍ରବ୍ୟ ଗୁଡ଼ିକ ଦେଖିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେନେତାଜୀ ଙ୍କ ଜନ୍ମ ସ୍ଥାନ କୁ ଆସିବା ମୋ ପାଇଁ ଗର୍ବ ଓ ଗୌରବର କଥା।ଦେଶର ସ୍ବାଧୀନତାରେ ନେତାଜୀଙ୍କ ଅବଦାନ ଏ ଜାତିକୁ ଯୁଗ ଯୁଗ ପାଇଁ ପ୍ରେରଣା ଦେଉଥିବ।

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ କଟକ ର ଯେଉଁ ସବୁ କାମ ଅଧୁରା ରହିଛି ଯାହାବି ସମସ୍ୟା ରହିଛି ତାକୁ ଅନୁଧ୍ୟାନ କରି ଖୁବ୍ ଶିଘ୍ର ନୂଆ ଯୋଜନା ମାଧ୍ୟମ ରେ କାମ କରାଯିବ। ଯୋଜନାବଦ୍ଧ ଭାବେ ଓଡ଼ିଶା ର ୫୦ ବର୍ଷ ର ବିକାଶ କାମ ୫ ବର୍ଷ ଭିତରେ ତ୍ୱରାନ୍ୱିତ ହେବ। ଏହାପରେ ବକ୍ସି ବଜାର ସ୍ଥିତ ସମାଜ ଅଫିସ୍ ସ୍ଥିତ ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ସେ କହିଥିଲେ ଯେ ଗରିବ ଲୋକଙ୍କ ହୃଦୟ ବୁଝିବାରେ ପଣ୍ଡିତ ଗୋପବନ୍ଧୁ ଆମ ସମସ୍ତଙ୍କ ପାଇଁ ଆଦର୍ଶ।

ପରେ ସେ କଣ୍ଟେନ୍‌ମେଣ୍ଟଛକ ସ୍ଥିତ ମଧୁସୁଦନ ଦାସଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଓ ଓଡ଼ିଆ ଅସ୍ମିତାର ସୁରକ୍ଷା ଦିଗରେ ମଧୁବାବୁଙ୍କ ଅବଦାନ ଅତୁଳନୀୟ। ମଧୁ ବାବୁଙ୍କ ଆଦର୍ଶରେ ଓଡ଼ିଆ ଜାତିର ଅସ୍ମିତା ଓ ସ୍ଵଭିମାନର ସୁରକ୍ଷା ପାଇଁ ନୂଆ ସରକାର ପ୍ରତିବଦ୍ଧତା ର ସହ କାମ ଆରମ୍ଭ କରିଛି ବୋଲି ସେ କହିଥିଲେ। ଶେଷରେ ସେ ଗତି ରାଉତ ପାଟଣା ଠାରେ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ସଂଘ ଶିକ୍ଷା ବର୍ଗର ସମାରୋପ ଉତ୍ସବରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ଓ ବିଧାୟକମାନେ ଯୋଗ ଦେଇଥିଲେ। ଫେରିବା ବାଟରେ ମୁଖ୍ୟମନ୍ତ୍ରୀ ତୁଳସୀପୁର ତଳ ସାହି ଠାରେ ଗାଡ଼ି ଅଟକାଇ ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ସୁବିଧା ଅସୁବିଧା ବିଷୟରେ ବୁଝିଥିଲେ। ପରେ ସେ ପୂର୍ବତନ ମନ୍ତ୍ରୀ ସମୀର ଦେ ଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନ କୁ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ମଧ୍ୟ ସମୀର ଦେଙ୍କୁ ଭେଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe