ବାଲେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ କଳାକାର ଭାଇମାନଙ୍କୁ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ସମୟରେ ରାଜ୍ୟର ୫୦ ହଜାର କଳାକାରଙ୍କୁ ଭତ୍ତା ଦେବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ରାଜ୍ୟ ସରକାର କଳାକାରମାନଙ୍କ ଭତ୍ତା ୫୦୦ ଟଙ୍କାରୁ ୧୨ ଶହ ଟଙ୍କାକୁ ବୃଦ୍ଧି କରିଛନ୍ତି । ନିର୍ବାଚନ ପ୍ରଚାର ଅଭିଯାନ ସମୟରେ ରବିବାର ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଏହା କହିଛନ୍ତି।
ଶ୍ରୀ ଜେନା କହିଛନ୍ତି ଯେ, କଳାକାରମାନଙ୍କୁ ସବୁବେଳେ ସହଯୋଗ ଦେଇ ଆସିଛନ୍ତି। ପୂର୍ବରୁ କଳାକାରମାନଙ୍କୁ କାମ ମିଳୁ ନ ଥିଲା। ତେବେ ଜିଲ୍ଲା ପ୍ରଶାସନ ଓ ବ୍ଳକ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ବିଭିନ୍ନ ପ୍ରକାରର ସଚେତନତାମୂଳକ କାର୍ଯ୍ୟକ୍ରମରେ କଳାକାରମାନଙ୍କୁ ନିୟୋଜିତ କରନ୍ତୁ । ତେଣୁ ମୁଖ୍ୟମନ୍ତ୍ରୀ ଯେହେତୁ କଳାକାରମାନଙ୍କୁ ସହଯୋଗ କରି ଆସୁଛନ୍ତି, ସେମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ରଖିବାର ଅଛି ବୋଲି ସେ କହିଛନ୍ତି।
Follow Us