ମୟୂରଭଂଜ: ୧୫୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

Advertisment
ମୟୂରଭଂଜ: ୧୫୦ କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ

ବାରିପଦା: ଦିନିକିଆ ମୟୂରଭଂଜ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ବୁଧବାର ୧୫୦ କୋଟି ଟଙ୍କାର ଶିଳାନ୍ୟାସ ପରେ ଜିଲ୍ଲାବାସୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ନବୀନ ୧୧ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିବା ସହିତ ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର ଛଉପଡ଼ିଆ ଠାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶକୁ ସମ୍ବୋଧିତ କରି ନବୀନ ୪ଟି ବଡ଼ ଘୋଷଣା କରିଛନ୍ତି।

ବାରିପଦାର କୋ-ଅପରେଟିଭ୍‌ ବ୍ୟାଙ୍କ ପୁଣି ଥରେ ଚାଲୁ ହେବ ବୋଲି ସେ ଜନତାଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। କୋ-ଅପରେଟିଭ ବ୍ୟାଙ୍କ ପାଇଁ ଟଙ୍କା ଯୋଗାଇ ଦିଆଯିବ। ଖୁବ୍‌ ଶୀଘ୍ର କାମ ଆରମ୍ଭ ହେବ ବୋଲି ନବୀନ କହିଛନ୍ତି। ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ବାରିପଦାରେ ରିଙ୍ଗରୋଡ୍‌ ତିଆରି ହେବ। ଛଉ ନୃତ୍ୟ ଉପରେ ଅଧିକ ଗବେଷଣା ପାଇଁ କେନ୍ଦ୍ର ପତିଷ୍ଠା ଏବଂ ମୟୂରଭଂଜ ଆୟୁର୍ବେଦିକ କଲେଜକୁ ସରକାରୀ କରାଯିବ ବୋଲି ନବୀନ କହିଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମରେ ୨୦ହଜାର ୨୯୫ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ଟଙ୍କା ଲେଖାଏଁ ସିଡ୍‌ ମନି ସହାୟତା ପ୍ରଦାନ କରିବା ସହିତ ୨୬ଟି ବ୍ଲକ୍‌ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତିିି। ଏତଦ୍‌ବ୍ୟତୀତ ଡିଜିଟାଲ ସଶକ୍ତିକରଣ ନିମନ୍ତେ ୩୯୪୧୮ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀକୁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ ସହିତ ମୟୂରଭଞ୍ଜ ଜିଲ୍ଲାରେ ସ୍ୱୟଂ ସହାୟକ ଗୋଷ୍ଠୀ ଓ ମହାସଂଘ ଗୁଡ଼ିକୁ ମୋଟ୍‌ ୪୯କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତିି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦଳା ବ୍ଲକ୍‌ରେ ଚମ୍ପାନଦୀ ଓ ସୋନ ନଦୀ ଉପରେ ନିର୍ମିତ ସେତୁର ଉଦ୍‌ଘାଟନ , ଉଦଳା ଉପଖଣ୍ଡ ଡାକ୍ତରଖାନାର ନୂତନ ନିର୍ମିତ ମାତୃଓ ଶିଶୁ ଚିକିତ୍ସାକେନ୍ଦ୍ରର ଉଦ୍‌ଘାଟନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe