ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ: ରୋଡ୍‌ ସୋ’ରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Advertisment
ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ: ରୋଡ୍‌ ସୋ’ରେ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଭାଇ ଓ ଭଉଣୀମାନେ ପାଟକୁରା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟିକା ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କୁ ଆପଣମାନେ ଜିତାନ୍ତୁ ବୋଲି ଜନସାଧାରଣଙ୍କୁ ନିବେଦନ କରି ବୁଧବାର ପୂର୍ବାହ୍ନରେ ପାଟକୁରା ବିଧାନସଭା ନିର୍ବାଚନ ପ୍ରଚାର ପରିପ୍ରେକ୍ଷୀରେ ହାଇଟେକ୍‌ ବସ୍‌ରେ ରୋଡ୍‌ ସୋ’ କରିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

publive-image

ଭୁବନେଶ୍ୱରରୁ ହେଲିକପ୍ଟର୍‌ ଯୋଗେ ଯାଇ ମୁଖ୍ୟମନ୍ତ୍ରୀ ବାରିମୂଳରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ଅବତରଣ କରିବା ପରେ ହାଇଟେକ୍‌ ବସ୍‌ରେ ଚଢ଼ି ରୋଡ୍‌ ସୋ’ ଆରମ୍ଭ କରିଥିଲେ। ସେଠାରୁ ମୁଖ୍ୟମନ୍ତ୍ରୀ ନହଙ୍ଗ ବାଟ ଦେଇ ଗରଦପୁର ଓ ମାର୍ଶାଘାଇ ଅଞ୍ଚଳରେ ପହଞ୍ଚି ପାଟକୁରା ଆସନର ବିଜେଡି ବିଧାୟିକା ପ୍ରାର୍ଥିନୀ ସାବିତ୍ରୀ ଅଗ୍ରଓ୍ଵାଲ୍‌ଙ୍କ ପାଇଁ ରୋଡ୍‌ ସୋ’ ଚଳାଇଛନ୍ତି।

publive-image

ହାଇଟେକ୍‌ ବସ୍‌ରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପାଇଁ ରାସ୍ତାଘାଟରେ ପ୍ରବଳ ଜନସମାଗମ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe