ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱତନ୍ତ୍ର ପାହ୍ୟା ଦାବି କଲେ ମୁଖ୍ୟମନ୍ତ୍ରୀ ନବୀନ

Advertisment
ମୋଦୀଙ୍କ ମୁହଁରେ ନବୀନ ଓ ନବୀନଙ୍କ ମୁହଁରେ ମୋଦୀଙ୍କ ପ୍ରଶଂସା

Rediff.com

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବାତ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଛନ୍ତି। ସାମୁଦ୍ରିକ ଝଡ଼ ଫନିରେ କେତେ କ’ଣ କ୍ଷୟକ୍ଷତି ହୋଇଛି, ସେସବୁ ଉପରେ ମୋଦୀଙ୍କୁ ନବୀନ ହିସାବ ଦେଇଛନ୍ତି। ବାତ୍ୟାରେ ମୋଟ ୧୪,୮୩୫ ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି।

ନବୀନ କହିଛନ୍ତି, ବିପର୍ଯ୍ୟୟ ମୁକାବିଲା ଲାଗି ୧୭ ହଜାର କୋଟି ଦୀର୍ଘମିଆଦି ସହାୟତା ଦାବି କରିଛନ୍ତି। ବିପର୍ଯ୍ୟୟ ପ୍ରତିରୋଧ ଓଡ଼ିଶା ଗଠନ ପାଇଁ ଦୀର୍ଘମିଆଦି ଯୋଜନା ଉପସ୍ଥାପନ କରିଛନ୍ତି ନବୀନ। ବିପର୍ଯ୍ୟୟ ଯୋଗୁଁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଦେଖାଯାଉଛି। ତେଣୁ ବିଦ୍ୟୁତ ଜନିତ ଭିତ୍ତିଭୂମି ସୁଧାରିବାକୁ ହେଲେ ୧୦ ହଜାର କେଟି ଟଙ୍କା ଦରକାର। ସେହିପରି ବାତ୍ୟା ପ୍ରବଣ ଅଂଚଳରେ ୫ ଲକ୍ଷ ପକ୍କା ଘର ପାଇଁ ୭ ହଜାର କୋଟି ଟଙ୍କା ଦାବି କରିଛନ୍ତି। ନବୀନ କହିଛନ୍ତି, ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଓଡ଼ିଶାର ଆର୍ଥିକ ଅଭିବୃଦ୍ଧି ହୋଇପାରୁ ନାହିଁ । ତେଣୁ ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟାର ମାନ୍ୟତା ମିଳୁ ବୋଲି ମୁଖ୍ୟମନ୍ତ୍ରୀ ନବୀନ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe