କେରଳକୁ ପୁଣି ୫ କୋଟି ଦେଲେ ନବୀନ ପଟ୍ଟନାୟକ, ଆଗରୁ ଦେଇଥିଲେ ୫ କୋଟି

କେରଳକୁ ପୁଣି ୫ କୋଟି ଦେଲେ ନବୀନ ପଟ୍ଟନାୟକ, ଆଗରୁ ଦେଇଥିଲେ ୫ କୋଟି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶତାଦ୍ଦୀର ବଡ଼ ବନ୍ୟା- କେରଳ ବନ୍ୟା ପ୍ରଭାବିତଙ୍କ ଉଦ୍ଦେଶ୍ୟରେ ରବିବାର ପୁଣି ୫ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇଛନ୍ତି। ପୂର୍ବରୁ ସେ ୫ କୋଟି ଟଙ୍କା ସହାୟତା ଦେଇଥିଲେ।

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଏହି ସହାୟତା ଦିଆଯାଇଥିବା ଜଣାପଡ଼ିଛି। ଏଥି ସହିତ ନବୀନ ପଟ୍ଟନାୟକ କହିଛନ୍ତି, କେରଳରେ ଫସିରହିଥିବା ଓଡ଼ିଆଙ୍କ ପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ପ୍ରାକୃତିକ ଦୁର୍ବିପାକ କ’ଣ ତାହା ଓଡ଼ିଶା ଜାଣିଛି। ନବୀନ କେରଳ ବନ୍ୟା ପୀଡ଼ିତଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

publive-image

ସୂଚନାଯୋଗ୍ୟ କେରଳରେ ସୃଷ୍ଟି ହୋଇଥିବା ବନ୍ୟା ବିତ୍ପାତ ଥମିବାର ନାଁ ନେଉନାହିଁ। କେବଳ ମାତ୍ର ରାଜଧାନୀ ତ୍ରଭେନ୍ଦମ୍‌କୁ ଛାଡ଼ିଦେଲେ ରାଜ୍ୟର ୧୪ଟି ଜିଲ୍ଲା ମଧ୍ୟରୁ ୧୩ଟି ଜିଲ୍ଲା ଚଳିତ ପ୍ରଳୟଙ୍କରୀ ବନ୍ୟାରେ ସଂପୂର୍ଣ୍ଣ ରୂପେ ଛାରଖାର ହୋଇଯାଇଛି।ସରକାରୀ ଭାବେ ଶନିବାର କେରଳ ବନ୍ୟାରେ ୩୩ ଜଣଙ୍କର ମୁତ୍ୟୁ ଘଟିବା ପରେ ଏବେ ମୁତ୍ୟୁ ସଂଖ୍ୟା ଆସି ସରକାରୀ ଭାବେ ୩୫୭ରେ ପହଞ୍ଚିଛି। ତେବେ, ବେସରକାରୀ ଭାବେ ମୁତ୍ୟୁ ସଂଖ୍ୟା ଆହୁରି ବହୁ ଅଧିକ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe