ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ୧୩ କ୍ରିୟୁ ମେମ୍ବର ମୃତ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୋକ

ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ୧୩ କ୍ରିୟୁ ମେମ୍ବର ମୃତ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ଜଣାଇଲେ ଶୋକ

ଭୁବନେଶ୍ୱର: ଭାରତୀୟ ବାୟୁସେନାର ଏଏନ୍‌-୩୨ ବିମାନ ଦୁର୍ଘଟଣା ଯୋଗୁଁ ଏଥିରେ ଥିବା ୧୩ ଜଣ କ୍ରିୟୁ ମେମ୍ବର ମୃତ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଶୋକ ଜଣାଇଛନ୍ତି। ଦୁର୍ଘଟଣା ଯୋଗୁଁ ଓଡ଼ିଆ ପାଇଲଟ ସୁନିତ ମହାନ୍ତିଙ୍କ ମୃତ୍ୟୁ ହୋଇଛି। ନବୀନ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି। ମୃତ ଯମାନଙ୍କ ଆତ୍ମାକୁ ଶାନ୍ତି ମିଳୁ ବୋଲି ନବୀନ ପ୍ରାର୍ଥନା କରିଛନ୍ତି।

ସୂଚନାଯୋଗ୍ୟ ବାୟୁସେନା, ସ୍ଥଳସେନା ଓ ନୌସେନା ଦ୍ୱାରା ଦୀର୍ଘ ୮ ଦିନର ସର୍ଚ୍ଚ ଅପରେସନ ପରେ ଏଏନ୍‌-୩୨ ବିମାନର ଭଗ୍ନାବଶେଷ ଜୁନ ୧୧ ତାରିଖରେ ଅରୁଣାଚଳ ପ୍ରଦେଶର ଏକ ଜଙ୍ଗଲରୁ ମିଳିଥିଲା। ମାତ୍ର ସେଦିନ ଯବାନ ମାନଙ୍କ ମୃତଦେହ ବିମାନ କିମ୍ବା ବିମାନ ନିକଟରେ ଦେଖିବାକୁ ମିଳି ନଥିଲା। ଏଏନ୍‌-୩୨ର ଭଗ୍ନାବ ଶେଷ ମିଳିବାର ଦିନକ ପରେ ବାୟୁସେନା ୧୩ ଜଣ କ୍ରିୟୁ ମେମ୍ବରଙ୍କ ମୃତଦେହ ମିଳିଥିବା ସ୍ପଷ୍ଟ କରିଛନ୍ତି।

ଭାରତୀୟ ବାୟୁସେନାର ବିମାନ ଚଳିତ ମାସ ୩ ତାରିଖରେ ଆସାମର ଜୋରହାଟ ଠାରୁ ଅପରାହ୍ଣରେ ଉଡାଣ ଆରମ୍ଭ କରିଥିଲା। ଏହି ବିମାନ ଅରୁଣାଚଳ ପ୍ରଦେଶ ଅଭିମୁଖେ ଉଡ଼ିଥିବା ବେଳେ, ଗନ୍ତବ୍ୟସ୍ଥଳରେ ଠିକ ସମୟରେ ନ ପହଂଚିବାରୁ ବାୟୁସେନା ନିଖୋଜ ନେଇ ସନ୍ଦେହ ପ୍ରକଟ କରିଥିଲା। ଏହା ପରେ ସର୍ଚ୍ଚ ଅପରେସନ ଚଳାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe