ଚାଷୀମାନେ ବିକାଶ କଲେ ଓଡ଼ିଶାର ଉନ୍ନତି ହେବ: ମୁଖ୍ୟମନ୍ତ୍ରୀ ନବୀନ

Advertisment

ପ୍ରାୟ ୫୦୦ କୋଟି ଟଙ୍କାରେ ନିର୍ମିତ ୨୫୨ ପ୍ରକଳ୍ପ ଉଦ୍‌ଘାଟିତ

ପ୍ରାୟ ୫୦୦ କୋଟି ଟଙ୍କାରେ ନିର୍ମିତ ୨୫୨ ପ୍ରକଳ୍ପ ଉଦ୍‌ଘାଟିତ

ଚାଷୀମାନେ ବିକାଶ କଲେ ଓଡ଼ିଶାର ଉନ୍ନତି ହେବ: ମୁଖ୍ୟମନ୍ତ୍ରୀ ନବୀନ

ଯାଜପୁର: ଚାଷୀମାନେ ହେଉଛନ୍ତି ସମାଜର ମୁଖ୍ୟ। ତାଙ୍କର ବିକାଶରେ ଓଡ଼ିଶାର ପ୍ରକୃତ ବିକାଶ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲାର ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଯଜ୍ଞପଡ଼ିଆ ଠାରେ କହିଛନ୍ତି। ଦିନିକିଆ ଗସ୍ତରେ ମଙ୍ଗଳବାର ନବୀନ ୫୦୦ କୋଟି ଟଙ୍କାରେ ନିର୍ମିତ ୨୫୨ଟି ପ୍ରକଳ୍ପକୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ମୋ ସରକାର ଗରିବ ମାନଙ୍କ ସରକାର। ଗରିବ ମାନଙ୍କର ବିକାଶ କରିବା ରାଜ୍ୟ ସରକାରଙ୍କ ପ୍ରକୃତ ଲକ୍ଷ୍ୟ। ବିଞ୍ଝାରପୁରରେ ନବୀନ ୩୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ୫ଟି ପ୍ରକଳ୍ପର ଉଦ୍‌ଘାଟନ ଏବଂ ୩ କୋଟି ଟଙ୍କାରେ ନିର୍ମିତ ହେବାକୁ ଥିବା ୨ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

publive-image

ନବୀନ ବିଝାରପୁର ବ୍ଲକର କଣ୍ଟିତର, ଅର୍ଗଲକଟ୍‌ ଏବଂ ବାଗମରା ଠାରେ ୩ଟି ସେତୁ, ବିତନା ପ୍ରୀତିପୁର ୩୩/୧୧ କେ.ଭି. ସବ୍‌ଷ୍ଟେସନ ଓ ବାଙ୍ଗରା ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳର ଉଦ୍‌ଘାଟନ କରିଥିବା ବେଳେ ଓଲେ ଚନ୍ଦନପୁର ଜଳଯୋଗାଣ ପ୍ରକଳ୍ପ ଏବଂ ସିଂହପୁର ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

publive-image

ମୁଖ୍ୟମନ୍ତ୍ରୀ ନବନୀ ଆଜି ଜିଲ୍ଲାର ଦଶରଥପୁର ବ୍ଲକ ଓ ଧର୍ମଶାଳା ବ୍ଲକ ମଧ୍ୟ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ନବୀନ ଦଶରଥପୁର ବ୍ଲକରେ ୪ କୋଟି ଟଙ୍କାରେ ୨ଟି ପ୍ରକଳ୍ପ ଓ ଧର୍ମଶାଳା ବ୍ଲକରେ ୪୫୭ କୋଟିରେ ୨୪୫ଟି ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ସେହିଭଳି ୯୬ କୋଟି ୩୭ ଲକ୍ଷ ଟଙ୍କାରେ ୭ଟି ପ୍ରକଳ୍ପ ଓ ୨୩ କୋଟି ୭୦ ଲକ୍ଷ ଟଙ୍କାରେ ୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe