କରୁଣାନିଧିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

କରୁଣାନିଧିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ

ଭୁବନେଶ୍ୱର: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡି.ଏମ୍‌.କେ ସୁପ୍ରିମୋ ଏମ୍‌. କରୁଣାନିଧିଙ୍କ ମଙ୍ଗଳବାର ସନ୍ଧ୍ୟାରେ ପରଲୋକ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ଜଣାଇଛନ୍ତି। ତାମିଲନାଡୁ ରାଜନୀତିରେ କରୁଣାନିଧିଙ୍କ ବିରାଟ ଭୂମିକା ଥିଲା। ତାଙ୍କର ଶାସନ କାଳରେ ସାମାଜର ଆର୍ଥିକ ଅବସ୍ଥା ସୁଧୁରି ଥଲା। ସେହପିରି କରୁଣାନିଧି ତାମିଲନାଡୁରେ ଅନେକ ସଂସ୍କାର ଆଣିଥିଲେ ବୋଲି ନବୀନ କହିଛନ୍ତି।

ତାମିଲନାଡୁରେ ୫ ଥର ମୁଖ୍ୟମନ୍ତ୍ରୀ ଥିବା କରୁଣାନିଧିଙ୍କ ରାଜ୍ୟର ବିକାଶରେ ସ୍ମରଣୀୟ ଭୂମିକା ଥିଲା। ସେହିଭଳି ସେ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚିତ ବ୍ୟକ୍ତି ଥିଲେ। ତାମିଲନାଡୁ ଭାଷା, ସାହିତ୍ୟ ଓ ଚଳଚ୍ଚିତ୍ରକୁ କରୁଣାନିଧିଙ୍କ ଅବଦାନ ଭୁଲିହେବ ନାହିଁ ବୋଲି ନବୀନ କହିଛନ୍ତି। ତାଙ୍କ ବିୟୋଗରେ ଏକ ଯୁଗ ଶେଷ ହୋଇଛି। ତାମିଲନାଡୁ ଓ ଭାରତ ଏକ ଶକ୍ତିଶାଳୀ ପୁଅକୁ ହରାଇଛି। ତାଙ୍କ ଆତ୍ମାଙ୍କୁ ଶାନ୍ତି ମିଳିବା ପାଇଁ ନବୀନ ପ୍ରାର୍ଥନା କରିଛନ୍ତି ଏଥି ସହିତ କରୁଣାନିଧିଙ୍କ ପରିବାରଙ୍କୁ ନବୀନ ସ୍ୱାନ୍ତନା ଜଣାଇଛନ୍ତି।

ସୂଚନାଯୋଗ୍ୟ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କରୁଣାନିଧିଙ୍କର ୯୪ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଛି । ଏହା ଫଳରେ ସମଗ୍ର ତାମିଲନାଡୁ ରେ ଶୋକର ଛାୟା ଖେଳିଯାଇଛି । ଏହା ସହିତ ତାମିଲନାଡୁ ଓ ସମଗ୍ର ଜାତୀୟ ରାଜନୀତିରେ ଏକ ଯୁଗର ଅବସାନ ହୋଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇ କାବେରୀ ହସପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କର ମୃତ୍ୟୁ ସଂପର୍କରେ ହସପିଟାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଅରବିନ୍ଦନ ସେଲଭରାଜ ଘୋଷଣା କରିଛନ୍ତି ।

ଜୁନ ୩, ୧୯୨୪ରେ ଜନ୍ମ ହୋଇଥିବା କରୁଣାନିଧିଙ୍କ ମୂଳ ନାଁ ଥିଲା ଦକ୍ଷିଣମୂର୍ତ୍ତି । ମାତ୍ର ୧୪ ବର୍ଷ ବୟସରୁ ରାଜନୀତିରେ ପାଦ ଦେଇଥିବା କରୁଣାନିଧି ୫ ଥର ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଓ ୫୦ ବର୍ଷ ପାଇଁ ଡିଏମକେ ମୁଖ୍ୟ ଥିଲେ । ତାଙ୍କୁ ୧୪ ବର୍ଷ ହେବା ବେଳକୁ ସେ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ପରବର୍ତ୍ତି ବର୍ଷମାନଙ୍କରେ ଦ୍ରାବିଡ଼ ରାଜନୀତିର ଏକ ମୁଖ୍ୟ ଚେହେରା ପାଲଟିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe