କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଭାରତୀୟ ହକି ଖେଳାଳି ଓ ଅଧିକାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନବୀନ ପଟ୍ଟନାୟକ

Advertisment
କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଭାରତୀୟ ହକି ଖେଳାଳି ଓ ଅଧିକାରୀଙ୍କ ସହ ମଧ୍ୟାହ୍ନ ଭୋଜନ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଗତ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ହକି ମହାକୁମ୍ଭ ଆରମ୍ଭ ହୋଇଥିଲା ଓ ଏଥିରେ ଦେଶ ବିଦେଶର ଖେଳାଳି ସାମିଲ ହୋଇଥିଲେ । କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏହି ହକି ମହାକୁମ୍ଭ ରବିବାର ଶେଷ ହେବାକୁ ଯାଉଛି। କିଏ ହେବ ବିଶ୍ୱବିଜେତା ତାହା ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପହଞ୍ଚି ଖେଳାଳିଙ୍କ ମନୋବଳ ବଢାଇଛନ୍ତି । ହକି କମ୍ପ୍ଲେସରେ ଖେଳାଳି ଓ ହକି ଇଣ୍ଡିଆର ଅଧିକାରୀଙ୍କୁ ସମ୍ବର୍ଧିତ କରିବା ସହ ମଧ୍ୟାହ୍ନ ଭୋଜନ କରିଛନ୍ତି ।

publive-image

ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଓଡିଶା ବିଶ୍ୱକପ ହକି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ ରିଓ ଅଲିମ୍ପିକ ରୌପ୍ୟ ପଦକ ବିଜେତା ବେଲଜିୟମ ଏବଂ ଗତ ବିଶ୍ୱକପର ରୌପ୍ୟ ପଦକ ବିଜେତା ନେଦରଲାଣ୍ଡ। ଟାଇଟଲ ପାଇଁ ଆଜି ଦୁଇ ୟୁରୋପୀୟ ଦେଶ ବେଲଜିୟମ ଓ ନେଦରଲ୍ୟାଣ୍ଡ ଭିତରେ ହେବ ଲଢେଇ । ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ରହିଛି ବେଲଜିୟମ୍‌ । ଗତ କିଛି ବର୍ଷ ଭିତରେ ବେଲଜିୟମ ତାର ପ୍ରଦର୍ଶନରେ ଆକସ୍ମିକ ଉନ୍ନତି ଆଣିଛି । ଭାରତ ସହିତ କାନାଡା ଓ ଦକ୍ଷିଣ ଆଫ୍ରିକାକୁ ପୁଲ ସି’ରେ ଟକ୍କର ଦେଇଥିଲା । ଲାଲ ସିଂହର ଦେଶ ବେଲଜିୟମରେ ଅଛନ୍ତି ଦୁର୍ଦ୍ଧର୍ସ ଖେଳାଳି ଆର୍ଥର ଭାନ୍‌ ଡୋରେନ୍‌ ଓ ନିପୁଣ ଗୋଲ ରକ୍ଷକ ଭିନସେଂଟ ବନାଶ୍ଚ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe